29.1 C
Bhubaneswar
Wednesday, May 28, 2025
Homeଦେଶ ବିଦେଶ୧୦୦ କୋଟି ଟଙ୍କାରେ ବିକ୍ରି ହେଲା ଏହି ଫ୍ଳାଟ

୧୦୦ କୋଟି ଟଙ୍କାରେ ବିକ୍ରି ହେଲା ଏହି ଫ୍ଳାଟ

ନୂଆଦିଲ୍ଲୀ: ପ୍ରତ୍ୟେକ ମଣିଷର ସ୍ୱପ୍ନ ଥାଏ ନିଜ ପାଇଁ ଏବଂ ନିଜର ପରିବାର ପାଇଁ ଏକ ସୁନ୍ଦର ଘର ପ୍ରସ୍ତୁତ କରିବା । ମଣିଷର ଖାଦ୍ୟ ବସ୍ତ୍ର ସହ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ଆବଶ୍ୟକ ହୋଇଥାଏ । କିନ୍ତୁ ବର୍ତ୍ତମାନ ସମୟରେ ଦରଦାମ ଏତେ ବଢ଼ି ଗଲାଣି ଯେ, ଘର ଖଣ୍ଡେ ପ୍ରସ୍ତୁତ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । ତେଣୁ ମଣିଷ ବେଳେବେଳେ ଫ୍ଲାଟ କିଣିବା ପାଇଁ ନିଷ୍ପତ୍ତି ନେଇଥାଏ । ଫ୍ଲାଟର ଦାମ ବି ବହୁତ ଅଧିକ ଥାଏ ଏହା ତ ଆପଣମାନେ ଜାଣିଥିବେ । କିନ୍ତୁ ବର୍ତ୍ତମାନ ଗୋଟିଏ ଫ୍ଲାଟ ୧୦୦ କୋଟି ଟଙ୍କାରେ ବିକ୍ରି ହୋଇଛି । ଆପଣଙ୍କୁ କଥାଟା ହୁଏତ ବିଶ୍ୱାସ ହେଉ ନଥିବ ।

ଦର୍ଶକ ବନ୍ଧୁ ଏଭଳି କିଛି ସତରେ ଘଟିଛି । ନିକଟରେ ଗୁରୁଗ୍ରାମରେ ଏକ ମହଙ୍ଗା ଫ୍ଲାଟ ବିକ୍ରି ହୋଇଛି, ଏହାର ମୂଲ୍ୟ ୫- ୧୦ କୋଟି ନୁହେଁ, ଏହି ଫ୍ଲାଟ ୧୦୦ କୋଟି ଟଙ୍କାରେ ବିକ୍ରି ହୋଇଛି । ପ୍ରତ୍ୟେକ ବ୍ୟକ୍ତି ନିଜର ଘର କରିବାକୁ ସ୍ୱପ୍ନ ଦେଖନ୍ତି, ଯେଉଁଠାରେ ସେ ତାଙ୍କ ପରିବାର ସହିତ ରହିପାରିବେ ଏବଂ ତାଙ୍କ ବୃଦ୍ଧାବସ୍ଥା ସମୟରେ ଘରଟି ତାଙ୍କ ପାଇଁ ସୁଖ ଦୁଃଖର ସାହାରା ହେବ କିନ୍ତୁ କିଛି ଲୋକଙ୍କ ଆଶା ଅଧିକ ଥାଏ । ସେମାନଙ୍କର ସୁନ୍ଦର ଘର, ଦାମୀ କାର ଏବଂ ଦାମୀ ଦାମୀ ଜିନିଷ ପାଇଁ ଦୁର୍ବଳତା ରହିଥାଏ । ଏପରି ଜଣେ ବ୍ୟକ୍ତି ଗୁରୁଗ୍ରାମରେ ୧୦୦ କୋଟି ଟଙ୍କାର ଫ୍ଲାଟ କିଣିଛନ୍ତି । ତାଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ସେ ଏହି ଦାମୀ ଫ୍ଲାଟ କିଣିଛନ୍ତି ।

ଥରେ ଚିନ୍ତା କରନ୍ତୁ ତ ଏତେ ଅଧିକ ଟଙ୍କାରେ ଆପଣଙ୍କୁ ହୁଏତ ଜୀବନ ସାରା ରୋଜଗାର କରିବାକୁ ପଡ଼ିବ ନାହିଁ । ଆପଣଙ୍କର ପରବର୍ତ୍ତୀ ୧୦ ପିଢ଼ୀ ମଧ୍ୟ ଏହି ଟଙ୍କାରେ ଖାଇ ପାରିବେ । ଏତେ ଅଧିକ ଟଙ୍କାରେ ଆପଣ ଦୁନିଆର ସମସ୍ତ ଆରାମ ଏବଂ ସୁବିଧା କିଣି ପାରିବେ । ଏପରି ପରିସ୍ଥିତିରେ ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଉଠୁଥିବ ଏହି ଫ୍ଲାଟରେ ଏପରି କଣ ରହିଛି ଯେ ଏହା ଏତେ ଅଧିକ ଟଙ୍କାରେ ବିକ୍ରି ହୋଇଛି । ତେବେ ଆସନ୍ତୁ ଜାଣିବା ଏହି ଫ୍ଳାଟ ବିଷୟରେ ।

ଗଲ୍ଫ ଲିଙ୍କ୍ ଅଞ୍ଚଳରେ ଥିବା ୧୦୦ କୋଟି ଟଙ୍କା ମୂଲ୍ୟର ‘କ୍ୟାମେଲିଆସ୍’ ଫ୍ଲାଟ ଅରବାଲିର ସବୁଜ ପାହାଡ ମଧ୍ୟରେ ଅବସ୍ଥିତ, ଯାହା ସହରର ଉଚ୍ଚ ଅଟ୍ଟାଳିକା ଦ୍ୱାରା ଘେରି ରହିଥିଲେ ମଧ୍ୟ ଏକ ଶାନ୍ତିପୂର୍ଣ୍ଣ ଜୀବନଯାପନ ପ୍ରଦାନ କରିବା ପାଇଁ ସୁଯୋଗ ଦେଇଥାଏ । ଏହି ଫ୍ଲାଟରେ ସବୁ ପ୍ରକାରର ସୁବିଧା ଦିଆଯାଇଛି । ୧୦,୦୦୦ ବର୍ଗଫୁଟରୁ ଅଧିକ ଅଞ୍ଚଳରେ ରହିଥିବା ଏହି ବିଳାସପୂର୍ଣ୍ଣ ଫ୍ଲାଟକୁ ଡିଏଲଏଫ ବିଲ୍ଡର୍ସ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଯାହା ଗୁରୁଗ୍ରାମର ଗଲ୍ଫ କୋର୍ସ ରୋଡରେ ଥିବା ‘ଦି କ୍ୟାମେଲିଆସ୍’ ସୋସାଇଟିରେ ଅବସ୍ଥିତ । ଏହି ବିଳାସପୂର୍ଣ୍ଣ ଫ୍ଲାଟର ମୂଲ୍ୟ ୪ ମାସ ମଧ୍ୟରେ ୪୦ ପ୍ରତିଶତ ବୃଦ୍ଧି ପାଇଛି । କିଛି ମାସ ପୂର୍ବରୁ ବିଲଡର୍ସମାନେ ଏହି ଫ୍ଲାଟ ପାଇଁ ମାତ୍ର ୬୦ କୋଟି ଟଙ୍କା ଚାର୍ଜ କରୁଥିଲେ କିନ୍ତୁ ବର୍ତ୍ତମାନ ଗତ ୪ ମାସ ମଧ୍ୟରେ ଏହାର ମୂଲ୍ୟ ୧୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking