28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶକର୍ମଚାରୀଙ୍କ ଏହି କମ୍ପାନୀ ଆଣିଲା ଦମଦାର୍ ଅଫର....

କର୍ମଚାରୀଙ୍କ ଏହି କମ୍ପାନୀ ଆଣିଲା ଦମଦାର୍ ଅଫର….

ବ୍ୟୁରୋ: ଅନେକ ଦେଶର ବିଭିନ୍ନ ସମସ୍ୟା ଲାଗି ରହିଛି । କିଛି ଦେଶ ଅର୍ଥନୈତିକ ସଂକଟ ଦେଇ ଗତି କରୁ ଥିବାବେଳେ କିଛି ଦେଶରେ ଜନସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ମାତ୍ର ଆଜି ବି ଅନେକ ଦେଶ ଅଛି ଯେଉଁଠାରେ ଶିଶୁମାନଙ୍କର ଜନ୍ମ ହାରରେ ଦ୍ରୁତ ହ୍ରାସ ଦେଖାଦେଇଛି । ଏହିପରି ଏକ ଦେଶର ନିର୍ମାଣକାରୀ କମ୍ପାନୀ ବୋଇଉଙ୍ଗ୍ ଗ୍ରୁପ୍ ଦକ୍ଷିଣ କୋରିଆ ଲୋକଙ୍କୁ ଭଲ ଅଫର ଦେଉଛି । ଦି ବୋଇଙ୍ଗ ଗ୍ରୁପ୍ ନାମକ ଏହି କମ୍ପାନୀ କର୍ମଚାରୀମାନଙ୍କୁ ପିଲା ଜନ୍ମ କଲେ ପୁରସ୍କାର ସ୍ୱରୂପ ଟଙ୍କା ପ୍ରଦାନ କରୁଛି । ବୋଇଙ୍ଗ ଗ୍ରୁପ୍ ଏହାର କର୍ମଚାରୀମାନଙ୍କୁ ୨୦୨୧ ପରେ ଜନ୍ମ ହୋଇଥିବା ପ୍ରତ୍ୟେକ ପିଲାଙ୍କ ପାଇଁ ୧୦୦ ମିଲିୟନ୍ ୱେନ୍ ବା ୬୨.୧୨ ଲକ୍ଷ ଟଙ୍କା ପ୍ରଦାନ କରୁଛି ।

କମ୍ପାନୀ ଚେୟାରମ୍ୟାନ୍ ଲି ଜଙ୍ଗ କ୍ୟୁନ୍ କହିଛନ୍ତି କହିଛନ୍ତି ଯେ ଦେଶର କମ୍ ଜନ୍ମ ହାର ବୃଦ୍ଧି କରିବାରେ ଏହା ଏକ ପ୍ରୟାସ । ଏଥିରେ କର୍ମଚାରୀ ଏବଂ ସେମାନଙ୍କର ପରିବାର ସଦସ୍ୟଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ଏବଂ ସେମାନଙ୍କ ପିଲାମାନଙ୍କ ପାଇଁ ପଢା ଖର୍ଚ୍ଚ ସାମିଲ କରାଯାଇଛି । ବୋଇଙ୍ଗ ଗ୍ରୁପ୍ ଚେୟାରମ୍ୟାନ୍ ଲି ଜଙ୍ଗ କ୍ୟୁନ୍ ଏକ ବୈଠକରେ କହିଛନ୍ତି ଯେ ୨୦୨୧ମସିହା ପରେ ଜନ୍ମ ହୋଇଥିବା ପ୍ରତ୍ୟେକ ପିଲାଙ୍କ ପାଇଁ କମ୍ପାନୀ କର୍ମଚାରୀଙ୍କୁ ୬୨.୧୨ ଲକ୍ଷ ଟଙ୍କା ପ୍ରଦାନ କରିବ । ଏହି ଆର୍ôଥକ ସହାୟତା କର୍ମଚାରୀମାନଙ୍କୁ ପିଲାମାନଙ୍କୁ ବଂଚାଇବାରେ ସାହାଯ୍ୟ କରିବ ଏବଂ ସେମାନଙ୍କର ଅଧିକରୁ ଅଧିକ ପିଲା ଜନ୍ମ କରିବେ । ରିପୋର୍ଟ ଅନୁଯାୟୀ, ଚଳିତବର୍ଷ କେବଳ ୭୦ କର୍ମଚାରୀ ଏହି ଯୋଜନା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେମାନଙ୍କ ପାଇଁ କମ୍ପାନୀକୁ ମୋଟ ୭ବିଲିୟନ ୱେନ୍ ଖର୍ଚ୍ଚ କରିବାକୁ ପଡିବ ।

ଭବିଷ୍ୟତରେ ଏହି ଯୋଜନା ଜାରି ରଖିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଲି ଚେତାବନୀ ଦେଇଛନ୍ତି ଯେ ଯଦି ଜନ୍ମ ହାର ଏପରି ହ୍ରାସ ପାଏ ତେବେ ଦେଶ ୨୦ ବର୍ଷ ମଧ୍ୟରେ ଜାତୀୟ ଅସ୍ତିତ୍ୱ ସଙ୍କଟ ଦେଇ ଗତି କରିବ । ଜନ୍ମ ହାର ହ୍ରାସ ପାଉଥିବାରୁ ଆମେ ଏପରି ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛୁ ବୋଲି ସେ କହିଛନ୍ତି । ଜାନୁଆରୀରେ ପ୍ରସବ କରିଥିବା ଜଣେ କର୍ମଚାରୀ ଏହି ନୀତି ପାଇଁ ବେଶ୍ ଉତ୍ସାହିତ ଅଛନ୍ତି । ସେ କହିଛନ୍ତି ଯେ ପିଲାଟିଏ ପାଳନ ନେଇ ସେ ଚିନ୍ତିତ ଥିଲେ, କିନ୍ତୁ ବୋଇଙ୍ଗ ଗ୍ରୁପ୍ ଏବଂ ଏହାର ସମର୍ଥନ ପାଇଁ ସେ କୃତଜ୍ଞ । ଏବେ ସେ ଦ୍ୱିତୀୟ ସନ୍ତାନ ପାଇଁ ମଧ୍ୟ ଯୋଜନା କରିପାରିବେ । କିନ୍ତୁ ଏହି ଯୋଜନା ଅଧୀନରେ ତିନି କିମ୍ବା ଅଧିକ ପିଲା ଥିବା କର୍ମଚାରୀଙ୍କୁ ସ୍ଥାୟୀ ଭଡା ଘର ଯୋଗାଇ ଦିଆଯାଉଛି । କମ୍ପାନୀ ଏଥିପାଇଁ ୨ ଲକ୍ଷ ୭୦ ହଜାର ଘର ନିର୍ମାଣ କରିଛି । ଏଥିସହ, ସନ୍ତାନ ପ୍ରସବକୁ ବୃଦ୍ଧି କରିବା ପାଇଁ ଲି ଟିକସମୁକ୍ତ ଦାନ ବ୍ୟବସ୍ଥା ପାଇଁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking