25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶଏହି କମ୍ପାନୀରୁ ଚାକିରୀ ହରାଇବେ ୧୬ଶହ କର୍ମଚାରୀ

ଏହି କମ୍ପାନୀରୁ ଚାକିରୀ ହରାଇବେ ୧୬ଶହ କର୍ମଚାରୀ

ନୂଆଦିଲ୍ଲୀ: ଆର୍ôଥକ ଚାପ ହ୍ରାସ ଆଳରେ ଘରୋଇ କମ୍ପାନୀଗୁଡ଼ିକ ଛଟେଇ ଜାରି ରଖିଛନ୍ତି । ଏହା ପୂର୍ବରୁ ଗୁଗୁଲ, ମାଇକ୍ରୋସଫ୍ଟ, ସ୍ୱିଗି ଭଳି କମ୍ପାନୀ ଛଟେଇ କରିଥିବା ବେଳେ ଏବେ ସ୍ପୋର୍ଟ୍ସ ବ୍ରାଣ୍ଡ ନାଇକ୍ ମଧ୍ୟ ଛଟେଇ କରିବା ନେଇ ଘୋଷଣା କରିଛି । ନାଇକ୍ ପ୍ରାୟ ଦୁଇ ପ୍ରତିଶତ ଶ୍ରମିକଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି ।

ଏଥିରେ ପ୍ରାୟ୧୬୦୦ରୁ ଅଧିକ କର୍ମଚାରୀଙ୍କ ଚାକିରି ଯିବ ବୋଲି ଜଣାପଡିଛି । ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଦ୍ୱାରା ମିଳିଥିବା ଏକ ଆଭ୍ୟନ୍ତରୀଣ ମେମୋରେ, ନାଇକର ମୁଖ୍ୟ କାର୍ଯ୍ୟନିର୍ବାହୀ ଜନ୍ ଡୋନାହୋ, ମହିଳା ପୋଷାକ ଏବଂ ଜୋର୍ଡାନ ବ୍ରାଣ୍ଡ ଭଳି ବର୍ଗରେ ନିବେଶକୁ ପ୍ରାଥମିକତା ଦେବା ସହ କମ୍ପାନୀର ରଣନୀତି ବିଷୟରେ ଅବଗତ କରାଇଛନ୍ତି । ଏହି ସମୟରେ ସେ ଛଟେଇ ନେଇ ସୂଚନା ଦେଇଛନ୍ତି । ଷ୍ଟୋର, ବିତରଣ କେନ୍ଦ୍ର କିମ୍ବା ଇନୋଭେସନ ଟିମରେ ଦଳରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଅପେକ୍ଷା ଅଫିସିଆଲ୍ କାମରେ ନିୟୋଜିତ ଥିବା କର୍ମଚାରୀ ଅଧିକ ପ୍ରଭାବିତ ହେବେ । ଗତବର୍ଷ ମେ’ ମାସ ୩୧ସୁଦ୍ଧା, ନାଇକ୍ ବିଶ୍ୱରେ ପ୍ରାୟ ୮୩,୭୦୦କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରିଥିଲା । ତେବେ ଏହି ଛଟେଇ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି।

ଏହି ମାସ ଶେଷ ସୁଦ୍ଧା ୨ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରାଯିବ । ଏପରି କରିବା ଦ୍ୱାରା ଡିସେମ୍ବର ମାସରେ ପ୍ରାୟ ୨ ବିଲିୟନ ଡଲାର ପର୍ଯ୍ୟନ୍ତ ସଞ୍ଚୟ କରିବାକୁ ଯୋଜନା ରଖିଥିବା ଘୋଷଣା କରିଛି ନାଇକ୍ । କମ୍ପାନୀ ବିକ୍ରି ମାନ୍ଦା ରହିଥିବାରୁ କର୍ମଚାରୀ ଛଟେଇ କରିବ ବୋଲି ନାଇକ କହିଛି । ୨୦୨୩ରେ ନାଇକ୍‌ର ଭଲ ବେପାର ହୋଇ ନାହିଁ । ଗତବର୍ଷ ତୁଳନାରେ ୩୦ନଭେମ୍ୱର ଯାଏ ବିକ୍ରିରେ ମାତ୍ର ୧ ପ୍ରତିଶତ ବଢ଼ିଛି । ଏଥିରେ କମ୍ପାନୀର ଲାଭ ହାର ବଢ଼ିଛି । ମାତ୍ର ଆମେରିକାରେ ବିକ୍ରି ୫ ପ୍ରତିଶତ ହ୍ରାସ ପାଇଛି । ସୂଚନା ଥାଉକି ୨୦୨୨ରେ କମ୍ପାନୀ ୭୦୦ କର୍ମଚାରୀଙ୍କୁ ଛଟେଇ କରିଥିଲା । ୨୦୨୩ରେ ୧,୧୭୫ କମ୍ପାନୀ ମୋଟ ୨,୬୦,୫୦୯ କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ସେହିପରି ଗତବର୍ଷ ୧୦୬୪ କମ୍ପାନୀ ୧,୬୪,୯୬୯ କର୍ମଚାରୀ ଛଟେଇ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking