28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଝରକା ଭାଙ୍ଗି ଫେରାର ହେଲେ ୧୩ ଯୁବତୀ

ଝରକା ଭାଙ୍ଗି ଫେରାର ହେଲେ ୧୩ ଯୁବତୀ

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶର ସିଲନ ଜିଲ୍ଳାର ପରବାଣୁର ଏକ ନିଶା ନିବାରଣ କେନ୍ଦ୍ରରୁ ୧୭ ଜଣ ଯୁବତୀଙ୍କ ମଧ୍ୟରୁ ୧୩ଜଣ  ଫେରାର ହୋଇ ଯାଇଛନ୍ତି । ନିଶା ନିବାରଣ କେନ୍ଦ୍ରର ଝରକା ଭାଙ୍ଗି ଫେରାର ହୋଇ ଯାଇଥିବାବେଳେ ସେମାନେ ଗାଁ ଏବଂ ଜଙ୍ଗଲକୁ ପଳାଇଥିଲେ । ଯଦିଓ ସେମାନଙ୍କୁ କାବୁ କରାଯାଇଛି । ତଥାପି ଏନେଇ କୌଣସି ମାମଲା ରୁଜୁ କରାଯାଇନାହିଁ । ପଞ୍ଜାବ ଏବଂ ହରିୟାଣାରୁ ଏମାନେ ଆସିଥିଲେ ।

ତେବେ ଏଠାରେ ଜଣଙ୍କ ମୃତ୍ୟୁ ହେବାପରେ ଏଭଳିଭାବେ ଫେରାର ହୋଇଥିବା ସୂଚନା ମିଳିଛି । ପୋଲିସ ସହାୟତାରେ ଯୁବତୀଙ୍କୁ ଉଦ୍ଧାର କରାଯାଇ ଘରକୁ ପଠାଯାଇଥିଲା । ମାତ୍ର କୌଣସି ମାମଲା ରୁଜୁ କରାଯାଇନାହିଁ । ତେବେ ଫେରାର ହୋଇଥିବା ଯୁବତୀମାନେ ଜଙ୍ଗଲ ଏବଂ ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କ ଘରେ ଆଶ୍ରୟ ନେଇଥିଲେ । ପରିବାର ଲୋକଙ୍କ ସହ ସେମାନଙ୍କ କଥା ବାର୍ତ୍ତା କରାଯାଉ ନଥିଲା । ଯାହାଫଳରେ ସେମାନେ ଏଭଳି ପଳାଇଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking