30.1 C
Bhubaneswar
Sunday, June 30, 2024
Homeଅପରାଧଏଟିଏମ୍ ଭାଙ୍ଗି ଟଙ୍କା ଲୁଟିନେଲେ ଲୁଟେରା ଗ୍ୟାଙ୍ଗ

ଏଟିଏମ୍ ଭାଙ୍ଗି ଟଙ୍କା ଲୁଟିନେଲେ ଲୁଟେରା ଗ୍ୟାଙ୍ଗ

ବାଲେଶ୍ବର :ବାଲେଶ୍ବର ଜିଲ୍ଲା ସକ୍ରିୟ ଲୁଟେରା ଗ୍ୟାଙ୍ଗ୍  । ଏଟିଏମ୍ ଠାରୁ ୩୦ କିଲୋମିଟର ଦୂରରେ ଏକ ଫାଣ୍ଡି ରହିଛି  । ତଥାପି ନିର୍ଭୟରେ ଆସି ଗ୍ୟାସ୍ କଟରରେ ଏଟିଏମ କାଟିଲେ ଏବଂ ଟଙ୍କା ଲୁଟି ନେଇଗଲେ  । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି  ବାଲେଶ୍ବର ଜିଲ୍ଲା ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିର ନିକଟରେ  ।  ମନ୍ଦିର ନିକଟରେ ଥିବା ଏସବିଆଇ ଏଟିଏମରୁ ଲୁଟ୍ ହୋଇଛି  ।  ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି  ।

ଦୁର୍ବୃତ୍ତମାନେ ଏଟିଏମକୁ ସମ୍ପୂର୍ଣ୍ଣ ଭାବେ କାଟି ଟଙ୍କା ଲୁଟି ନେଇଛନ୍ତି  । ହେଲେ ପାଖରେ ଫାଣ୍ଡି ଥାଇବି କେହି ଘଟଣା ସମ୍ପର୍କରେ ଜାଣିପାରିନଥିଲା  ।  ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଛି  ।  ଗତକାଲି ଏଟିଏମରେ  ୧୮ଲକ୍ଷ ୩୬ହଜାର ଟଙ୍କା ଭର୍ତ୍ତି କରାଯାଇଥିଲା । ପୋଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଥିବାବେଳେ ପାଖରେ ଫାଣ୍ଡି ଥାଇ କିଭଳି ଏପରି ଘଟଣା ଘଟିଲା , ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking