27.1 C
Bhubaneswar
Friday, July 11, 2025
Homeଦେଶ ବିଦେଶଗରମ ଦିନରେ ଲେମ୍ବୁ ରସ ପିଇବାରୁ ମିଳିଥାଏ ଏସବୁ ଜବରଦସ୍ତ ଲାଭ

ଗରମ ଦିନରେ ଲେମ୍ବୁ ରସ ପିଇବାରୁ ମିଳିଥାଏ ଏସବୁ ଜବରଦସ୍ତ ଲାଭ

ନୂଆଦିଲ୍ଲୀ: ପେଟ ଯନ୍ତ୍ରଣା, ହଜମ, ଅମ୍ଳତା, ପେଟ ଫୁଲିବା ଓ ମୋଟାପଣ ଭଳି ସମସ୍ତ ସମସ୍ୟା ପାଇଁ ଲେମ୍ବୁର ସେବନ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । କେବଳ ଏତିକି ନୁହେଁ, ପେଟ ଜନିତ ସମସ୍ୟା ସହିତ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ ଏହା ବହୁତ ଉପକାରୀ ହୋଇଥାଏ ।

ଗ୍ରୀଷ୍ମ ଋତୁରେ ଶୀତଳତାର ଅନୁଭବ କରାଇଥାଏ ଲେମ୍ବୁ  । ଏହି ଲେମ୍ବୁ ଅନେକ ସମସ୍ୟାର ରାମବାଣ ଉପଶମ ଅଟେ । ପେଟ ଯନ୍ତ୍ରଣା, ହଜମ, ଅମ୍ଳତା, ପେଟ ଫୁଲିବା ଓ ମୋଟାପଣ ଭଳି ସମସ୍ତ ସମସ୍ୟା ପାଇଁ ଲେମ୍ବୁର ସେବନ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । କେବଳ ଏତିକି ନୁହେଁ, ପେଟ ଜନିତ ସମସ୍ୟା ସହିତ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ ଏହା ବହୁତ ସହାୟକ ହୋଇଥାଏ ।ଲୌହ, ମ୍ୟାଗ୍ନେସିୟମ୍, ଫସଫରସ୍, କ୍ୟାଲସିୟମ୍, ପୋଟାସିୟମ୍, ଏବଂ ଜିଙ୍କ ପରି ମିନେରାଲ୍ ସମୃଦ୍ଧ ଲେମ୍ବୁ ଆମ ଶରୀରର pH ସ୍ତରକୁ ସନ୍ତୁଳିତ କରେ ।

ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ସହିତ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବିକାଶରେ ସହାୟକ ହୋଇଥାଏ ।ଲେମ୍ବୁ  ରେ ବିଭିନ୍ନ ପ୍ରକାରର ଉପକାରୀ ଭିଟାମିନ୍ ଥାଏ । ଯେପରିକି ଥିଏମାଇନ୍, ନିୟାସିନ୍, ରାଇବୋଫ୍ଲାଭିନ, ଭିଟାମିନ୍ ବି-6, ଭିଟାମିନ୍-ଇ, ଫୋଲେଟ୍ ସାମିଲ ଥାଏ । ଏହି ସମସ୍ତ ଭିଟାମିନ୍ କୋଷ୍ଠକାଠିନ୍ୟ, କିଡନୀ ଏବଂ ଗଳା ସମସ୍ୟାରେ ଉପକାରୀ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking