26.1 C
Bhubaneswar
Tuesday, September 17, 2024
Homeଓଡିଶାନାଇଟ କର୍ଫ୍ୟୁରୁ ଏମାନେ ମୁକ୍ତ

ନାଇଟ କର୍ଫ୍ୟୁରୁ ଏମାନେ ମୁକ୍ତ

ଭୁବନେଶ୍ୱର: ସହରାଂଚଳରେ ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ ଜାରି ରହିବ । ତେବେ ନାଇଟ କର୍ଫ୍ୟୁ କଟକଣାରୁ ଜରୁରୀ ସେବାକୁ ବାଦ ଦେଇଛନ୍ତି ସରକାର । ପୋଲିସ, ପୌର ପ୍ରଶାସନ, ଡାକ୍ତର, ହସ୍ପିଟାଲ କର୍ମଚାରୀ, ବିଦ୍ୟୁତ, ଅଗ୍ନିଶମ, ଟେଲିକମ, ଜଳ ଯୋଗାଣ, ରେଳ କର୍ମଚାରୀ, ଜିଲ୍ଲା/କମିଶନରେଟ ପୋଲିସ ଦ୍ୱାରା ଚିହ୍ନିତ ଗଣମାଧ୍ୟମ କର୍ମଚାରୀ ଏଥିରୁ ମୁକ୍ତ ରହିବେ । କୋଭିଡ ଟେଷ୍ଟିଂ ଓ ଟିକାକରଣ କେନ୍ଦ୍ର, ଔଷଧ ଦୋକାନ କର୍ମଚାରୀ ବି ଏଥିରୁ ମୁକ୍ତ ରହିବେ । ସବୁ ଶିଳ୍ପାନୁଷ୍ଠାନ, ନିର୍ମାଣ କାର୍ଯ୍ୟ, ରାଜପଥ ପାଶ୍ୱର୍ ହୋଟେଲ କଟକଣା ମୁକ୍ତ ରହିବ । ଏଥିସହିତ ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ ଯୋଗାଣ, ହୋମ ଡେଲିଭରି କଟକଣା ମୁକ୍ତ ରହିବେ ।

ସୂଚନାଯୋଗ୍ୟ ଗତକାଲି ଜାନୁଆରୀ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ଗାଇଡଲାଇନ ଅନୁସାରେ ପୂର୍ବ ମାସ ଭଳି ସମସ୍ତ ସହରାଂଚଳରେ ନାଇଟ କର୍ଫ୍ୟୁ ଜାରି ରହିବ । ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ସହରାଂଚଳରେ ନାଇଟ କର୍ଫ୍ୟୁ ରହିବ । ସକାଳ ୫ରୁ ରାତି ୧୦ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଦୋକାନ ଖୋଲା ରହିବ । ତେବେ ସମସ୍ତ ପ୍ରକାର ସାମାଜିକ ଓ ଧାର୍ମିକ ସମାବେଶକୁ ବାରଣ କରାଯାଇଛି । ସାରା ରାଜ୍ୟରେ ଜିରୋ ନାଇଟ ଓ ନୂଆବର୍ଷ ଉତ୍ସବ ପାଳନ ହୋଇପାରିବ ନାହିଁ । ସର୍ବସାଧାରଣ ଭୋଜିଭାତକୁ ସଂପୂର୍ଣ୍ଣ ଭାବେ ବାରଣ କରାଯାଇଛି । ରାଜନୈତିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ମିଳିବ । ସେହିଭଳି ପ୍ରଦର୍ଶନୀ, ବାଣିଜ୍ୟ ମେଳା, ମେଳା ଆଦି ଆୟୋଜନ ହୋଇପାରିବ ନାହିଁ । ପାର୍କ, ବେଳାଭୂମି, ଅନ୍ୟ ପିକନିକ ସ୍ପଟରେ ପିକନିକ ବି ହୋଇପାରିବ ନାହିଁ । ହୋଟେଲ, ପାର୍କ, ମଲରେ ସାଂସ୍କୃତିକ, ନୃତ୍ୟ କାର୍ଯ୍ୟକ୍ରମକୁ ମଧ୍ୟ ବାରଣ କରାଯାଇଛି । ଜାନୁଆରୀ ମାସରେ କୌଣସି ଶିକ୍ଷାନୁଷ୍ଠାନ ପିକନିକ ଯାଇପାରିବେ ନାହିଁ । ବାର୍ଷିକ ଉତ୍ସବ, ଆନିଭର୍ସାରୀ ପାଳନ ମଧ୍ୟ ସଂପୂର୍ଣ୍ଣ ଭାବେ ମନା କରାଯାଇଛି । ତେବେ କୋଭିଡ ନିୟମ ମାନି ଯାତ୍ରା, ମେଲୋଡି, ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ । ସର୍ବାଧିକ ୧ ହଜାର ଦର୍ଶକଙ୍କୁ ନେଇ ଅନୁମତିରେ ଯାତ୍ରା ଚାଲିପାରିବ । ୫୦ ପ୍ରତିଶତ ଦର୍ଶକ କ୍ଷମତାକୁ ନେଇ ସିନେମା ହଲ ଚାଲିପାରିବ । ସିନେମା ହଲକୁ ଯିବାକୁ ଡବଲ ଡୋଜ ଟିକା ବା ଟେଷ୍ଟ ରିପୋର୍ଟ ଜରୁରୀ । ୨୫୦ ଲୋକଙ୍କୁ ନେଇ ବିବାହ, ବ୍ରତ, ଶୁଦ୍ଧି କାର୍ଯ୍ୟ କରାଯାଇପାରିବ । ସମସ୍ତଙ୍କୁ ମିଶାଇ ୫୦ ଜଣରେ ବରଯାତ୍ରୀ ଶୋଭାଯାତ୍ରା ହୋଇପାରିବ । ନୂଆବର୍ଷ ଭିଡ ପାଇଁ ଜିଲ୍ଲାପାଳ, ଏସପି ମାନଙ୍କୁ ଏସଆରସି ଚିଠି ଲେଖିଛନ୍ତି । ଚେକିଂ କଡାକଡି କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ପିକନିକ ସ୍ପଟ, ମଲ, ହୋଟେଲ, କ୍ଲବ ରେ ଚେକିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିୟମରେ ଖିଲାପ ହେଲେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking