31.1 C
Bhubaneswar
Tuesday, June 25, 2024
Homeଦେଶ ବିଦେଶବାତ୍ୟା ହେବନି -ଆଇଏମଡି ଡିଜି

ବାତ୍ୟା ହେବନି -ଆଇଏମଡି ଡିଜି

ନୂଆଦିଲ୍ଲୀ : ଅବପାତ ନେଇ ଆଇଏମଡି ଡିଜି ମୃତ୍ୟୁଂଜୟ ମହାପାତ୍ରଙ୍କ ସୂଚନା । ଅବପାତ ଟି ଏବେ ଦୀଘାରୁ ୧୪୦ , ବାଲେଶ୍ୱରରୁ ୨୦୦ କିମି ଦୂରରେ । ଆଗାମୀ ୬ ଘଣ୍ଟାରେ ଏହା ଗଭୀର ଅବପାତରେ ରୂପାନ୍ତର ହେବ । ସେହି ଅବସ୍ଥାରେ ଏହ ସ୍ଥଳ ଭାଗ ଅତିକ୍ରମ କରିବ । ଏହା ବତ୍ୟାରେ ରୂପାନ୍ତର ହେବ କି ପ୍ରଶ୍ନରେ ଆଇଏମଡି ଡିଜି ଉତ୍ତର ରଖିଛନ୍ତି । ବାତ୍ୟା ହେବା ନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଂଜୟ ମହାପାତ୍ର । ଏହା ଗଭୀର ଅବପାତ ଭାବେ ଉପକୂଳ ଅତିକ୍ରମ କରିବ । ଏହା ଅଧିକ ଘନୀଭୂତ ହେବାର ନାହିଁ । ଏହାର ପ୍ରଭାବରେ ଉପକୂଳରେ ୫୫ ରୁ ୬୫ କିମି ରେ ପବନ ବହିବ । ଆଭ୍ୟନ୍ତର ଓଡିଶାରେ ୩୦ ରୁ ୫୦ କିମିରେ ପବନ ବହିପାରେ । ଆଜି ଉତ୍ତର ଓଡିଶାରେ ସର୍ବାଧିକ ବର୍ଷା ହବେ । କାଲିଠାରୁ କମିଯିବ । କାଲି ଉତ୍ତର ଓଡିଶାରେ କମିଯିବ , ପଶ୍ଚିମ ଓଡିଶାରେ ବର୍ଷା ହେବ । ଛତିଶଗଡ ରେ କାଲି ସବୁଠାରୁ ଅଧିକ ବର୍ଷା ହେବା ନେଇ ସୂଚନା ଦେଉଛନ୍ତି ଆଇଏମଡି ଡିଜି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking