32.1 C
Bhubaneswar
Wednesday, September 18, 2024
Homeଓଡିଶା୪୮ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ହେବ

୪୮ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ହେବ

ଭୁବନେଶ୍ୱର : ଆସନ୍ତା  ୪୮ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ହେବ । ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ସୋମବାର ଗଭୀର ଅବପାତରେ ପରିଣତ ହୋଇଛି । ଘଣ୍ଟା ପ୍ରତି ୭ କିମି ବେଗ ଆଗକୁ ବଢ଼ୁଛି। ମଧ୍ୟାହ୍ନ ସୁଦ୍ଧା ପୁରୀ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୫ ଜିଲ୍ଲାରେ ଭୀଷଣ ବର୍ଷାର ଆଶଙ୍କା ରହିଛି। ବାକି ୧୨ ଜିଲ୍ଲାରେ ପ୍ରବଳ ବ‌ର୍ଷିବ ନେଇ ଆଲର୍ଟ ଜାରି। ଏହା ପ୍ରଭାବରେ ଉପକୂଳ ଓଡ଼ିଶା ଓ  ଆଭ୍ୟନ୍ତରୀଣ ଓଡ଼ିଶାରେ ଭୀଷଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଓଡ଼ିଶା ଉପକୂଳକୁ ଲାଗି ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ  ଆଡ଼କୁ ଗତି କରୁଛି ଗଭୀର  ଅବପାତ। ସୋମବାର ମଧ୍ୟାହ୍ନ ସୁଦ୍ଧା ପୁରୀ ଓ ଦୀଘା ମଧ୍ୟରେ ଏହା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସୋମବାର ଓ ମଙ୍ଗଳବାର ଦୁଇ ଦିନ ରାଜ୍ୟରେ ଏହାର ପ୍ରଭାବ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସୋମବାର ପୁରୀ, ଜଗତସିଂହପୁର, ଖୋର୍ଦ୍ଧା,  କଟକ ଓ ଢେଙ୍କାନାଳରେ ଭୀଷଣ ବର୍ଷା ହୋଇପାରେ । ଏହି ୫ ଜିଲ୍ଲାରେ ୭୦ରୁ ୨୦୦ମିମି ପର୍ୟ୍ୟନ୍ତ ବର୍ଷା ହୋଇପାରେ ।  ଗଞ୍ଜାମ, କୋରାପୁଟ, କନ୍ଧମାଳ, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ସୋନପୁର, ଯାଜପୁର, କେନ୍ଦ୍ରାପଡ଼ା, ସମ୍ବଲପୁର, ଅନୁଗୁଳ  ଓ ନୟାଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏ ସବୁ ଜିଲ୍ଲା ପାଇଁ ଅରେଞ୍ଜ  ୱାର୍ଣ୍ଣିଂ ଦିଆଯାଇଛି ।  ମଙ୍ଗଳବାର ବି ନିର୍ଧୁମ ବର୍ଷିବ। ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଅଛି। ଏ ସବୁ ଜିଲ୍ଲାରେ ୭୦ରୁ  ୨୦୦ ମିମି ଯାଏ ବର୍ଷା ହୋଇପାରେ । ବରଗଡ଼, ସୋନପୁର, ଦେବଗଡ଼, କେନ୍ଦୁଝର, ଅନୁଗୁଳ ଓ ବୌଦ୍ଧରେ ବି ପ୍ରବଳ ବର୍ଷା ହେବ। ୧୧ ତାରିଖରେ ବି ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ର କିଛି  ସ୍ଥାନରେ ଭାରୀ ବର୍ଷା ସମ୍ଭାବନା ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking