25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶଇସ୍ରାଏଲ ଏବଂ ହମାସ ମଧ୍ୟରେ ଲାଗିବ ଯୁଦ୍ଧ ବିରାମ

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଲାଗିବ ଯୁଦ୍ଧ ବିରାମ

ବ୍ୟୁରୋ : ଇସ୍ରାଏଲ ଏବଂ ଆତଙ୍କବାଦୀ ଗୋଷ୍ଠୀ ହମାସ ମଧ୍ୟରେ ୪ ମାସରୁ ଅଧିକ ସମୟ ଧରି ଗାଜାରେ ଯୁଦ୍ଧ ଲାଗି ରହିଛି । ଦୁଇ ଦେଶ ମଧ୍ୟରେ କିପରି ସ୍ଥିତି ବଦଳିବ ସେ ନେଇ ବହୁ ପ୍ରୟାସ ଜାରି ରହିଛି । କିନ୍ତୁ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ । ଏଥିପାଇଁ ଦୁଇ ଦେଶ ମଧ୍ୟରେ ଏକ ବୈଠକ ବସିଥିଲା । ଏହି ବୈଠକରେ କିଛି ସର୍ତ୍ତ ରହିଥିଲା । ସର୍ତ୍ତ ଅନୁସାରେ ଦୁଇପକ୍ଷ ବନ୍ଦୀମାନଙ୍କୁ ମୁକ୍ତ କରିବା ନେଇ ଏବେ ସହମତି ମୁହାଁ ହୋଇଛନ୍ତି। ହମାସ ୪୦ ଇସ୍ରାଏଲ ପଣବନ୍ଦୀଙ୍କୁ ମୁକ୍ତ କରିବ। ସେହିପରି ଇସ୍ରାଏଲ ମଧ୍ୟ ଜେଲରେ ବନ୍ଦ କରିଥିବା ବହୁ ପାଲେଷ୍ଟାଇନଙ୍କୁ ମୁକ୍ତ କରିବ। କେତେକ ପାଲେଷ୍ଟାଇନଙ୍କୁ ଉତ୍ତର ଗାଜାକୁ ଫେରିବାର ଅନୁମତି ପ୍ରଦାନ କରାଯିବ ବୋଲି କୁହାଯାଉଛି। ଏହା ସହିତ ମାନବୀୟ ସହାୟତା ମଧ୍ୟ ବୃଦ୍ଧି କରାଯିବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି। ପ୍ୟାରିସ‌‌ରେ ଯୁଦ୍ଧ ବିରାମ ବୁଝାମଣା ସମ୍ପର୍କରେ ବୈଠକ ପରେ ଇସ୍ରାଏଲ ଚଳିତ ସପ୍ତାହରେ କତାରରେ ହେବାକୁ ଥିବା ମିଳିତ ଆଲୋଚନା ପାଇଁ ନିଜର ପ୍ରତିନିଧି ମଣ୍ଡଳ ପଠାଇବାକୁ ପ୍ରସ୍ତୁତି କରୁଛି। ପ୍ୟାରିସ ବୈଠକରେ ଆମେରିକା, ମିଶର ଏବଂ କତାର ମଧ୍ୟସ୍ଥି ଭୂମିକା ଗ୍ରହଣ କରିଥିଲେ। ଏହି ବୈଠକ ଯୁଦ୍ଧ ବିରାମ କ୍ଷେତ୍ରରେ ସଫଳ ମଧ୍ୟ ରହିଥିଲା। ଏହି ବ‌ୈଠକ ପରେ ଶାନ୍ତି ଫେରିବା ନେଇ ଆଶା ସୃଷ୍ଟି ହୋଇଥିଲା। ମାତ୍ର ବର୍ତ୍ତମାନ ସୁଦ୍ଧା ଦୁଇପକ୍ଷ କୌଣସି ଚୂଡାନ୍ତ ସ୍ଥିତିରେ ପହଞ୍ଚି ନାହାନ୍ତି। ‌ତେବେ କତାର ବୈଠକରେ ଯୁଦ୍ଧ ବିରାମ ବୁଝାମଣା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଦ ସନ କହିଛି। ବୈଠକ ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନାହୁ କହିଛନ୍ତି, ଆମ ପାଇଁ ପଣବନ୍ଦୀଙ୍କ ମୁକ୍ତି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ମୁଁ ଏକ ପ୍ରତିନିଧି ମଣ୍ଡଳ ପ୍ୟାରିସ ପଠାଇଥିଲି। ଆଗାମୀ ଦିନରେ ଆମେ ଶାନ୍ତି ଆଲୋଚନାର ପରବର୍ତ୍ତୀ ପର୍ଯ୍ୟାୟ ଉପରେ ବିସ୍ତୃତ ଭାବେ ଚର୍ଚ୍ଚା କରିବୁ। ଇସ୍ରାଏଲର ଜାତୀୟ ସୁରକ୍ଷା ପରାମର୍ଶଦାତା ତଜାଚି ହାନେମ୍ବି କହିଛନ୍ତି ସାମୟିକ ଯୁଦ୍ଧ ବିରାମକୁ କେବେ ମଧ୍ୟ ଯୁଦ୍ଧର ଶେଷ ବୋଲି କୁହାଯାଇ ପାରିବ ନାହିଁ। ଆମେ ହମାସର ଅନ୍ତ କରିବାକୁ ପ୍ରତିଶ୍ରୁତିବଦ୍ଧ।ଅନ୍ୟପକ୍ଷରେ ହମାସ ବର୍ତ୍ତମାନ ସୁଦ୍ଧା ପ୍ରସ୍ତାବ ଉପରେ କୌଣସି ସ୍ପଷ୍ଟୀକରଣ ଦେଇନାହିଁ। ଏହା ସହିତ ହମାସ ଦେଢ଼ମାସ ଯୁଦ୍ଧ ବିରାମ ଲାଗି ଗୁରୁତ୍ବାରୋପ କରୁଛି। ହମାସ ପାଖରେ ଏବେ ମଧ୍ୟ ଇସ୍ରାଏଲର ପ୍ରାୟ ୧୦୦ ପଣବନ୍ଦୀ ଥିବା କୁହାଯାଉଛି। ତେବେ ଇସ୍ରାଏଲ କହିଛି ହମାସ ପାଖରେ ଆମର ୧୩୪ ଜଣ ଲୋକ ବନ୍ଦୀ ଭାବେ ଅଛନ୍ତି। ଏହା ମଧ୍ୟ ଦାବି କରାଯାଉଛି ଇସ୍ରାଏଲ ବନ୍ଦୀ ମାନଙ୍କ ମଧ୍ୟରୁ ୫୦ ଜଣଙ୍କ ମୃତ୍ୟୁ ଘଟି ସାରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking