ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ନେଇ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ପ୍ରଦାନ କରି କହିଛନ୍ତି, ବାତ୍ୟା ପରେ ବନ୍ୟା ସ୍ଥିତି ନାହିଁ । ଆନନ୍ଦପୁର ପାଖରେ ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଏବେ ୩୮.୩୬ ସହ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ । ଆଖୁଆପଦାରେ ମଧ୍ୟ ଜଳସ୍ତର ବଢିବ ବୋଲି ସେ କହିଛନ୍ତି । ସୁବର୍ଣ୍ଣରେଖା, ସାଳନ୍ଦୀ ଓ ବୁଢାବଳଙ୍ଗ ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ଜୁଆର ଓ ପବନ ମାଡ ହେବାରୁ ବହୁ ସ୍ଥାନରେ ଲୁଣା ବନ୍ଧ କ୍ଷତିଗ୍ରସ୍ତ ହୋଇଛି । କେନ୍ଦ୍ରାପଡା ଓ ବାଲିଆପାଳରେ ଅଧିକ ମାତ୍ରାରେ ଲୁଣାବନ୍ଧ କ୍ଷତିଗ୍ରସ୍ତ ହୋଇଛି । କେତେ କ୍ଷୟକ୍ଷତି ହୋଇଛି , ତାର ଆକଳନ କରାଯାଉଛି ।