ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ସର୍ଭେ

ଭୁବନେଶ୍ୱର: ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆକାଶ ମାର୍ଗରୁ ସ୍ଥିତି ପରଖୁଛନ୍ତି ମୁଖ୍ୟମନ୍ତ୍ରୀ । ସ୍ଥିତି ଯାଂଚ ପରେ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ଘୋଷଣା କରାଯାଇପାରେ ।
ଅନ୍ୟପଟେ ଦୁଇ ଦିନ ମଧ୍ୟରେ ମୟୁରଭଂଜ କୁସୁମୀ ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଦୁଇ ଦିନରେ କୁସୁମୀରେ ମୋଟ ୫୧୫ ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି । ଚାନ୍ଦବାଲିରେ ୪୨୭ ଏବଂ ରାଜନଗରରେ ୪୨୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଗତକାଲି ମଧ୍ୟ ୮ଟି ବ୍ଲକରେ ୨ଶହ ମିମିରୁ ଅଧିକ ବର୍ଷା ହୋଇଛି । ଖରା ଦିନ, ନଦୀ ଶୁଖିଲା ଥିବାରୁ ବିଶେଷ କିଛି ଅସୁବିଧା ହେଉନି । ଯଦି ବର୍ଷା ଋତୁରେ ଏମିତି ହୋଇଥାନ୍ତା, ଭୟଙ୍କର ବନ୍ୟା ହୋଇଥାନ୍ତା ।

LEAVE A REPLY

Please enter your comment!
Please enter your name here