32.1 C
Bhubaneswar
Saturday, June 14, 2025
Homeଦେଶ ବିଦେଶଏହି ଗାଁରେ ହୁଏନି କୌଣସି ଅପରାଧ

ଏହି ଗାଁରେ ହୁଏନି କୌଣସି ଅପରାଧ

ବ୍ୟୁରୋ: ଆମ ଦେଶରେ ବିଭିନ୍ନ ଗାଁ ରହିଛି । ସବୁ ଗାଁର ସ୍ୱତନ୍ତ୍ରତା ଭିନ୍ନ । ସମାନ ଭାବେ ଭୋପାଲରେ ଏମିତି ଦୁଇଟି ଗାଁ ଅଛି ଯେଉଁଠାରେ ଦୀର୍ଘ ୧୧ ବର୍ଷ ହେବ ଗୋଟିଏ ବି ଅପରାଧ ହୋଇନାହିଁ । ବେତୁଲ ଜିଲ୍ଲାର କେଓଲାଝିର ରାଇସନେ ଗାଁର ଲୋକମାନେ ଅପରାଧ ଠାରୁ ଦୂରେଇ ରହୁଛନ୍ତି । ୨୦୧୧ ମସିହାରେ ଘଟିଥିବା ଏକ ଭୟଙ୍କର ଘଟଣା ପରେ ଗାଁର ଲୋକମାନଙ୍କ ମଧ୍ୟରେ ଏଭଳି ପରିବର୍ତ୍ତନ ହୋଇଥିଲା । ଗ୍ରାମବାସୀମାନେ ଏକାଠି ଶପଥ ନେଇଥିଲେ ଯେ ସମୋନେ ଗାଁରେ କୌଣସି ଅପରାଧ ହେବାକୁ ଦେବେ ନାହିଁ । ଗ୍ରାମବାସୀଙ୍କ ଶପଥ ଏବଂ ସଂକଳ୍ପ ପାଇଁ ଏହା ‘ରାମ ରାଜ୍ୟ’ର ମାନ୍ୟତା ପାଇଛି ।

ରାମ ରାଜ୍ୟର ଖାସ କଥା ହେଉଛି ଏଥିରେ ସରକାର କିମ୍ବା ପୋଲିସର କୌଣସି ଭୂମିକା ନାହିଁ ବରଂ ଗାଁର ଲୋକମାନେ ହିଁ ଗାଁକୁ ରାମ ରାଜ୍ୟ କରିଛନ୍ତି । ୨୬ ଜାନୁୟାରୀ ୨୦୧୧ରେ ବତେୁଲର ଶାହପୁର ଥାନା ଅଞ୍ଚଳର କଭେଲାଝିର ଗାଁରେ ଘଟିଥିବା ଏକ ଘଟଣା ସମସ୍ତ ଗ୍ରାମବାସୀଙ୍କ ମଧ୍ୟରେ ପରିବର୍ତ୍ତନ ଆଣିଥିଲା । ସୂଚନା ଅନୁସାରେ ଗାଁରେ ସାମାନ୍ୟ ବିବାଦ ପାଇଁ ୬ ଜଣ ଲୋକ ରାମ କିଶୋର ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ । ପୋଲିସ ଗାଁରେ ପହଞ୍ଚି ସମସ୍ତ ଅପରାଧୀଙ୍କୁ ଗିରଫ କରି ନେଇ ଯାଇଥିଲା । ଫଳରେ ଅନକେ ଘର ନଷ୍ଟ ହୋଇଯାଇଥିଲା । ଏହି ଘଟଣା ଗ୍ରାମବାସୀଙ୍କ ମାନସିକତାକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲା । ଘଟଣା ପରେ ଗ୍ରାମବାସୀମାନେ ଶପଥ ନେଇଥିଲେ ଯେ ସମୋନେ ନିଜ ଗାଁରେ କୌଣସି ଅପରାଧ ଘଟାଇବାକୁ ଦବେେ ନାହିଁ ।

ଏଥିପାଇଁ ଗ୍ରାମବାସୀ ସଂଗଠିତ ହୋଇ ଏକ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲେ ଯେଉଁଥିରେ ଗାଁରେ ଘଟୁଥିବା ସମସ୍ତ ଛୋଟ ଏବଂ ବଡ ବିବାଦ ଗ୍ରାମବାସୀଙ୍କ ମଧ୍ୟରେ କଥାବାର୍ତ୍ତା କିମ୍ବା ପଞ୍ଚାୟତ ସାହାଯ୍ୟରେ ସମାଧାନ ହେଲା । କେଓଲାଝିର ଗ୍ରାମବାସୀଙ୍କ ପଦକ୍ଷପେ ଧୀରେ ଧୀରେ କାମ ଦେଲା । କୌଣସି ର୍ପବ ହେଉ କିମ୍ବା ଅନ୍ୟ କୌଣସି ଧାର୍ମିକ-ସାମାଜିକ କାର୍ଯ୍ୟକ୍ରମ ହେଉ ପଞ୍ଚାୟତ ଦ୍ୱାରା ସ୍ଥିର କରାଯାଇଥିବା ନିୟମକୁ ସମସ୍ତେ ମାନିବା ଆରମ୍ଭ କଲେ । ଯଦି କେହି ନିୟମ ଭାଙ୍ଗନ୍ତି କିମ୍ବା ବିବାଦ ହୁଏ ତେବେ ଉକ୍ତ ବ୍ୟକ୍ତିକୁ ବୁଝାଯାଏ । ଯଦି ସେ ନବୁଝନ୍ତି ତେବେ ତାଙ୍କୁ ପଞ୍ଚାୟତର ନିୟମ ଅନୁଯାୟୀ ଜରିମାନା ଦେବାକୁ ପଡ଼େ । ପ୍ରତ୍ୟେକ ମାସର ୧୦ ତାରିଖ ଦିନ ଗାଁରେ ପଞ୍ଚାୟତ ବସେ । ସରପଞ୍ଚ ଏବଂ ଗାଁର ବରିଷ୍ଠମାନେ ଏଥିରେ ବସନ୍ତି ଏବଂ ସେମାନେ ହିଁ ଗାଁ ଲୋକଙ୍କ ବିବାଦର ସମାଧାନ କରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking