32.1 C
Bhubaneswar
Wednesday, September 18, 2024
Homeଅପରାଧଜନ୍ମଦାତ୍ରୀକୁ ଗଳାକାଟି ହତ୍ୟା କରିବା ପରେ ସୋସିଆଲ ମିଡିଆରେ କ୍ଷମା ମାଗିଲା ପୁଅ

ଜନ୍ମଦାତ୍ରୀକୁ ଗଳାକାଟି ହତ୍ୟା କରିବା ପରେ ସୋସିଆଲ ମିଡିଆରେ କ୍ଷମା ମାଗିଲା ପୁଅ

ଗାନ୍ଧୀନଗର: ମୁଁ ମୋ ମାଆଙ୍କୁ ମାରି ଦେଇଛି । ନିଜ ମାଆକୁ ଗଳାକାଟି ହତ୍ୟା କରିବା ପରେ ମାଆ ଫଟୋ ସହ ଏଭଳି କିଛି ଲେଖି ସୋସିଆଲ ମିଡିଆରେ ପୋଷ୍ଟ କରିଛି ପୁଅ । ତେବେ ନିଜ ମାଆକୁ ଯଦି ପୁଅ ଏତେ ଭଲ ପାଉଥିଲା ତେବେ କାହିଁକି ହତ୍ୟା କଲା । ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପୋଲିସ ସୂଚନା ଅନୁସାରେ, ଗୁଜୁରାଟ ରାଜକୋଟ ସହର ୟୁନିଭର୍ସିଟି ରୋଡର ଭାଗବତ ସିଂ ଗାର୍ଡେନର ମ୍ୟୁନିସିପାଲିଟି କ୍ୱାର୍ଟରରେ ରହୁଥିବା ଜଣେ ୪୬ ବର୍ଷିୟା ମହିଳାଙ୍କୁ ହତ୍ୟା କରାଯାଇଛି । ଉକ୍ତ ମହିଳାଙ୍କୁ ହତ୍ୟା କରିଛି ଖୋଦ ନିଜ ଜନ୍ମ କାଲ ପୁଅ । ଆଉ ମାଆକୁ ହତ୍ୟା କରିବା ପରେ ସୋସିଆଲ ମିଡିଆରେ ମାଆଙ୍କ ଫଟୋକୁ ସେୟାର କରି କ୍ଷମା ପ୍ରାର୍ଥନା କରିଛି ପୁଅ । ମାଆକୁ ହତ୍ୟା କରିବା ପରେ ଏନେଇ ନିଜ ସାଙ୍ଗକୁ ଫୋନ କରି ଜଣାଇଥିଲା ।

ସେପଟେ ଯୁବକଙ୍କ ସାଙ୍ଗ ଏନେଇ ପୋଲିସକୁ ଜଣାଇବାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଅଭିଯୁକ୍ତ ପୁଅକୁ ଗିରଫ କରିଛି ପୋଲିସ । ମାଆଙ୍କୁ କାହିଁକି ହତ୍ୟା କଲା ସେ ନେଇ ପୋଲିସ ପଚରାଉଚରା କଲା ବେଳେ ଅଭିଯୁକ୍ତ ପୁଅ ଆଶ୍ଚର୍ଯ୍ୟ କଲା ଭଳି କଥା କହିଛି । ଯୁବକଙ୍କ କହିବା ଅନୁସାରେ, ଦୀର୍ଘ ୨୦ ବର୍ଷ ତଳେ ବାପା ମାଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା । ଗତ କିଛି ଦିନ ଧରି ତାଙ୍କ ମାଆ ମାନସିକ ଭାବରେ ଅସୁସ୍ଥ ଥିଲେ । ତାଙ୍କ ଦରମା ବହୁତ କମ୍ ଥିଲା । ତେଣୁ ମାଆଙ୍କୁ ମେଡିସିନ କିଣି ଦେବା ସମ୍ଭବ ହେଉନଥିଲା । ଯାହାକୁ ନେଇ ଗତ ଏକ ମାସ ପୂର୍ବରୁ ମେଡିସିନ ଖାଇବା ବନ୍ଦ କରିଦେଇଥିଲେ ମାଆ । ଫଳରେ ତାଙ୍କ ମାନସିକ ସ୍ଥିତି ଅଧିକ ବିଗିଡ଼ି ଯାଇଥିଲା । ଏହାକୁ ନେଇ ସବୁବେଳେ ମାଆ ଝଗଡ଼ା କରୁଥିଲେ । ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଅ ଚିନ୍ତିତ ଥିଲେ । ତେଣୁ ବାଧ୍ୟ ହୋଇ ମାଆଙ୍କ ଗଳା କାଟି ହତ୍ୟା କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking