33.1 C
Bhubaneswar
Sunday, May 4, 2025
Homeଓଡିଶାଆସନ୍ତା ୪ ଦିନ ଯାଏଁ କାଳବୈଶାଖୀ ସହ ବର୍ଷା ସମ୍ଭାବନା

ଆସନ୍ତା ୪ ଦିନ ଯାଏଁ କାଳବୈଶାଖୀ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୪ ଦିନ ପର୍ୟ୍ୟନ୍ତ କାଳବୈଶାଖୀ ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରଚଣ୍ଡ ଘଡଘଡି ବିଜୁଳି ସହ ବର୍ଷା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଓ କାଲି ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଏବଂ ନୟାଗଡ ଜିଲ୍ଲାରେ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି। ବର୍ଷା ସହ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ । ୧୮ ଏବଂ ୧୯ ତାରିଖରେ ସାରା ରାଜ୍ୟରେ ବର୍ଷା ସହ କାଳବୈଶାଖୀ ନେଇ ସତର୍କତା ଜାରି କରାଯାଇଛି । ଆସନ୍ତା ୨ ଦିନ ଯାଏଁ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ । ଉପକୂଳ ଓଡ଼ିଶାରେ ୩୪ ରୁ ୩୬ ଡ଼ିଗ୍ରୀ ମଧ୍ୟରେ ରହିବ ଦିନ ତାପମାତ୍ରା । ଆଭ୍ୟନ୍ତରୀଣ ଓଡିଶାରେ ୩୭ ରୁ ୩୯ଡିଗ୍ରୀ ରହିପାରେ ତାପମାତ୍ରା । ପରବର୍ତ୍ତୀ ୩ରୁ ୪ ଦିନ ଯାଏଁ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ କମିବ ପାରଦ । ୨୨ ତାରିଖରୁ ରାଜ୍ୟରେ ବଦଳିବ ପାଗ, ପୁଣି ବଢିବ ଗ୍ରୀଷ୍ମପ୍ରବାହ । ମାର୍ଚ୍ଚ ୨୨ରୁ ୨୮ ତାରିଖ ଯାଏଁ ପ୍ରବଳ ତାତି ଅନୁଭୂତ ହେବ । ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ୪୦ ଡିଗ୍ରୀ ଅତିକ୍ରମ କରିବ ତାପମାତ୍ରା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking