22.1 C
Bhubaneswar
Friday, January 24, 2025
Homeକରୋନାଦେଶରେ ୧୦୦ ଟପିଲା ଓମିକ୍ରନ୍ ମାମଲା : ୧୧ ରାଜ୍ୟରେ ୧୦୯ ଚିହ୍ନଟ, ମହରାଷ୍ଟ୍ରରେ ସର୍ବାଧିକ...

ଦେଶରେ ୧୦୦ ଟପିଲା ଓମିକ୍ରନ୍ ମାମଲା : ୧୧ ରାଜ୍ୟରେ ୧୦୯ ଚିହ୍ନଟ, ମହରାଷ୍ଟ୍ରରେ ସର୍ବାଧିକ ୪୦, ୯୧ ଦେଶକୁ ବ୍ୟାପିଲା

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ଭୟଙ୍କର ରୁପ ନେବା ଆରମ୍ଭ କରିଛି । ଆଜି ପୁଣି ରାଜ୍ୟରେ ୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତ ବିଦେଶ ଫେରନ୍ତା ବୋଲି ଜଣାପଡ଼ିଛି । ୪ ଜଣ ସଂଯୁକ୍ତ ଅରବ ଏମିରେଟ୍‌ସରୁ, ଜଣେ ଲେଖାଏଁ ଆମେରିକା ଓ ନାଇଜେରିଆରୁ ଓ ଏମାନଙ୍କ ସମ୍ପର୍କରେ ଆସି ଅନ୍ୟ ଦୁଇଜଣ ସଂକ୍ରମିତ ହୋଇଛନ୍ତି । ମହାରାଷ୍ଟ୍ରରେ ମୋଟ ମାମଲା ୪୦ରେ ପହଞ୍ଚିଛି । ଓମିକ୍ରନ୍ ଦେଶର ୧୧ ରାଜ୍ୟରେ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ଆଜି ୧୦ ନୂଆ ମାମଲା ଚିହ୍ନଟ ହେବା ସହିତ ଦେଶରେ ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧କୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ସଂଯୁକ୍ତ ସଚିବ ଲଭ୍ ଅଗ୍ରୱାଲ୍ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ତଥ୍ୟ ଆଧାରରେ କହିଛନ୍ତି ଯେ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ କରୋନା ମହାମାରୀର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ବିଶ୍ୱର ୯୧ ଦେଶରେ ବ୍ୟାପିଛି ।

ଏହା ପୂର୍ବର  ଡେଲ୍‌ଟା ଭାରିଆଣ୍ଟ୍ ଠାରୁ ଅଧିକ ସଂକ୍ରମିତ । ସୂଚନାଯୋଗ୍ୟ ଯେ ଗତ ୨୪, ନଭେମ୍ବରରେ ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ସର୍ବପ୍ରଥମେ ଚିହ୍ନଟ ହୋଇଥିଲା । ଏଯାବତ୍ ଦେଶରେ ଚିହ୍ନଟ ହୋଇଥିବା ଅଧିକାଂଶ ମାମଲା କ୍ଷେତ୍ରରେ ବିଦେଶ ଯାତ୍ରା କିମ୍ବା ବିଦେଶୀ ତଥା ବିଦେଶ ଯାତ୍ରା କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିବା ଜଣାପଡ଼ିଛି । କମ୍ୟୁନିଟି ସ୍ପ୍ରେଡ୍ ସ୍ଥାନରେ ଓମିକ୍ରନ୍ ମାମଲା ଡେଲ୍‌ଟା ଭାରିଆଣ୍ଟ୍ ଠାରୁ ଅଧିକ ସଂକ୍ରମିତ ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି । ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଓମିକ୍ରନ୍ ମାମଲା ମହରାଷ୍ଟ୍ରରେ ସର୍ବାଧିକ ୩୨, ଦିଲ୍ଳୀରେ ୨୨, ରାଜସ୍ଥାନରେ ୧୭, କର୍ଣ୍ଣାଟକରେ ୮, ତେଲେଙ୍ଗାନାରେ ୮, କେରଳରେ ୫, ଗୁଜରାଟରେ ୫ ଓ ଆନ୍ଧ୍ରପ୍ରଦେଶ, ତାମିଲ୍‌ନାଡ଼ୁ, ପଶ୍ଚିମବଙ୍ଗ ତଥା ଚଣ୍ଡିଗଡ଼ରେ ଜଣେ ଲେଖାଏଁ ବ୍ୟକ୍ତି ସଂକ୍ରମିତ ଅଛନ୍ତି ।

ଅପରପକ୍ଷରେ ଦେଶର ୧୯ଟି ଜିଲ୍ଲା ସଂକ୍ରମଣ କ୍ଷେତ୍ରରେ ଅଧିକ ସମ୍ବେଦନଶୀଳ ରହିଛି ବୋଲି ସେ ସୂଚନା ଦେଇଛନ୍ତି । ଏହାବ୍ୟତୀତ ସମ୍ପୂର୍ଣ୍ଣ ଟିକାକରଣ, ମାସ୍କ ଓ ବୃହତ୍ ସମାବେଶରୁ ଦୁରରେ ରହିବା ଏକମାତ୍ର ଉପାୟ ବୋଲି ନିତି ଆୟୋଗର ସ୍ୱାସ୍ଥ୍ୟ ବିଭାଗର ସଦସ୍ୟ ଭି କେ ପାଲ୍ କହିଛନ୍ତି । ୟୁରୋପରେ ୭୦ରୁ ୮୦% ନାଗରିକଙ୍କ ଟିକାକରଣ ହେବା ପରେ ମଧ୍ୟ ସେଠାରେ ଓମିକ୍ରନ୍ ସଂକ୍ରମଣ ବ୍ୟାପିବା ଚିନ୍ତାଜନକ । ଯଦି ଭାରତରେ ଓମିକ୍ରନ୍ ବ୍ୟାପିବା ଆରମ୍ଭ କରେ, ତେବେ ଜନସଂଖ୍ୟା ତୁଳନାରେ ତଥା ବିଶ୍ୱର ଅନ୍ୟ ଦେଶରେ ଚିହ୍ନଟ ହୋଉଥିବା ମାମଲା ତୁଳନାରେ ଭାରତରେ ଦୈନିକ ମାମଲା ପ୍ରତିଦିନ ୧୪ ଲକ୍ଷ ପର୍ଯ୍ୟନ୍ତ ଆସିବାର ସମ୍ଭାବନା ରହିଛି ।

କରୋନାର ଦ୍ୱିତୀୟ ଲହର ସମୟରେ ଦେଶରେ ଦୈନନ୍ଦିନ ୪ ଲକ୍ଷ ମାମଲା ଚିହ୍ନଟ ହେଉଥିଲା ବୋଲି ସେ କହିଛନ୍ତି । ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର୍‌)ର ମହାନିର୍ଦ୍ଦେଶକ ଡାକ୍ତର ବଳରାମ ଭାର୍ଗବ ଓମିକ୍ରନ୍‌କୁ ନେଇ ଚେତାବନୀ ଦେଇଛନ୍ତି । ଦେଶର ୨୪ ଜିଲ୍ଲାରେ ସଂକ୍ରମିତ ହାର ୫%ରୁ ଅଧିକ ରହିବା ଚିନ୍ତାଜନକ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking