28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଧର୍ମ ପରିବର୍ତ୍ତନ ବିନା ହେବନି ହିନ୍ଦୁ ଓ ମୁସଲିମ ବିବାହ

ଧର୍ମ ପରିବର୍ତ୍ତନ ବିନା ହେବନି ହିନ୍ଦୁ ଓ ମୁସଲିମ ବିବାହ

ଭୋପାଳ : ହିନ୍ଦୁ ମୁସଲିମ ବିବାହକୁ ନେଇ ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ ବଡ଼ ରାୟ । ଧର୍ମ ପରିବର୍ତ୍ତନ ବିନା ହିନ୍ଦୁ ଓ ମୁସଲିମ ବିବାହ କରିପାରିବେନି ବୋଲି ଉଚ୍ଚ ନ୍ୟାୟାଳୟ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ହିନ୍ଦୁ ଓ ମୁସଲିମ ଧର୍ମର ଯୁବକ ଯୁବତୀ ପରସ୍ପରକୁ ବିବାହ କରିବାକୁ ହେଲେ ଧର୍ମ ପରିବର୍ତ୍ତନ କରିବା ଜରୁରୀ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି । ଏପରି ବିବାହ ମୁସଲିମ ପର୍ସନାଲ ଲ’ରେ ଏକ ଅଧିନିୟମ ଭାବେ ବିବେଚନା କରାଯାଏ ବୋଲି ରାୟ ଶୁଣାଇବା ସମୟରେ କହିଛନ୍ତି ଜଷ୍ଟିସ ଗୁରୁପାଲ ସିଂ ଅହଲୁୱାଲିଆ । ଅନୁପପୁର ଜିଲ୍ଲାର ଏକ ପ୍ରେମୀ ଯୁଗଳ ବିବାହ କରିବାକୁ ଚାହୁଁଥିଲେ । ପୁଅ ମୁସଲିମ ଧର୍ମାବଲମ୍ବୀ ହୋଇଥିବା ବେଳେ ଯୁବତୀ ହେଉଛନ୍ତି ହିନ୍ଦୁ । ଏହି ପ୍ରେମୀ ଯୁଗଳ ବିବାହ ପାଇଁ ଅନୁପପୁର ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲେ ଓ ସୁରକ୍ଷା ପାଇଁ ନିବେଦନ କରିଥିଲେ । ହିନ୍ଦୁ ଓ ମୁସଲିମ ବିବାହ ଅଧିନିୟମ ଏପରି ବିହାକୁ ଅନୁମତି ପ୍ରଦାନ କରେନାହିଁ । ମୁସଲିମ ପର୍ସନାଲ ଲ’ ଅନୁସାରେ ଜଣେ ମୁସଲିମ ଯୁବକ ଓ ହିନ୍ଦୁ ଯୁବତୀ ବିବାହ କରିପାରିବେ ନାହିଁ । ଏହି ବିବାହ ସେତେବେଳେ ହୋଇପାରିବ, ଯେତେବେଳେ ଉଭୟଙ୍କ ଧର୍ମ ଗୋଟିଏ ରହିବ । ଅର୍ଥାତ ଏହି କ୍ଷେତ୍ରରେ ହିନ୍ଦୁ ଯୁବତୀ ଜଣକ ନିଜର ଧର୍ମ ପରିବର୍ତ୍ତନ କରିବେ । ସ୍ବତନ୍ତ୍ର ବିବାହ ଆଇନ ପାଇଁ ଭାରତୀୟ ଆଇନରେ ମଧ୍ୟ ଏକ ବ୍ୟବସ୍ଥା ରହିଛି । ଏହି ଆଇନ କୁହେ ଯେ କୌଣସି ଯୁବକ କିମ୍ବା ଯୁବତୀ ଧର୍ମ ପରିବର୍ତ୍ତନ ବିନା ବିବାହ କରିପାରିବେ । ଏହି ନିୟମ ଅନୁଯାୟୀ ଅନୁପପୁରର ପ୍ରେମୀ ଯୁଗଳ ବିବାହ ପାଇଁ ଅନୁମତି ମାଗିଥିଲେ । କିନ୍ତୁ ଜିଲ୍ଲାପାଳ ଅନୁପପୁର ଏହି ଅନୁମତି ପ୍ରଦାନ କରିନଥିଲେ । ଏହି ବିବାହ ସହିତ ଦୁହେଁ ପୋଲିସର ସୁରକ୍ଷା ମଧ୍ୟ ମାଗିଥିଲେ । ଯେତେବେଳେ ସେମାନଙ୍କୁ ଜିଲ୍ଲା ପ୍ରଶାସନର ସହାୟତା ମିଳିନଥିଲା, ସେତେବେଳେ ଉଭୟ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମଧ୍ୟପ୍ରଦେଶ ହାଇକୋର୍ଟରେ ପ୍ରେମୀ ଯୁଗଳଙ୍କ ପକ୍ଷରୁ ଆଇନଜୀବୀ ଦିନେଶ ଉପାଧ୍ୟାୟ କୋର୍ଟରେ ପକ୍ଷ ରଖିଥିଲେ । ମଧ୍ୟପ୍ରଦେଶ ହାଇକୋର୍ଟର ଜଷ୍ଟିସ ଗୁରୁପାଲ ସିଂ ଅହଲୁୱାଲିଆଙ୍କ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । ଜଷ୍ଟିସ ଅହଲୁୱାଲିଆ ଏହି ପ୍ରେମୀ ଯୁଗଳଙ୍କୁ ବିବାହ କରିବାକୁ ଅନୁମତି ଦେଇନଥିଲେ । ସେ ନିଜ ଆଦେଶରେ କହିଥିଲେ ଯେ ଯଦିଓ ସେମାନେ ସ୍ବତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ବିବାହ କରନ୍ତି, ତେବେ ଏହି ବିବାହ ମୁସଲମାନ ବ୍ୟକ୍ତିଗତ ନିୟମ ଅନୁଯାୟୀ ବୈଧ ବୋଲି ଧରାଯିବ ନାହିଁ । ଏପରି ପରିସ୍ଥିତିରେ ଏହି ୨ ଜଣଙ୍କଠାରୁ ଜନ୍ମ ହୋଇଥିବା ସନ୍ତାନଙ୍କର ସମ୍ପତ୍ତିର ଅଧିକାର ସୁରକ୍ଷିତ ରହିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking