ଭୁବନେଶ୍ୱର: ଓଡିଶାରେ ୩ଟି ଜିଲ୍ଲରେ ମାଟି ତଳେ ଗଛିତ ରହିଛି ସୁନା ପଥର । ସୁଧିର ସାମଲଙ୍କ ପ୍ରଶ୍ନର ଉତ୍ତତ୍ତର ରଖିଛନ୍ତି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଏବଂ ଜିଏସଆଇ ଅନୁସନ୍ଧରୁ ଏହା ଜାଣିବାକୁ ମିଳିଛି । ଦେବଗଡ, କେନ୍ଦୁଝର, ମୟୂରମଞ୍ଜର ବିଭିନ୍ନ ଅଂଚଳରେ ରହିଛି ସୁନା ପଥର । ଦେବଗଡର ଅଡାସ ଅଂଚଳରେ ତମ୍ବାପଥର ସହ ରହିଛି ୧୬୮୫ କେଜି ସୁନା ।
କେନ୍ଦୁଝର ଗୋପୁର, ଗାଜିପୁର, କୁଶକଳା ଅଞ୍ଚଳରେ ରହିଛି ସୁନା ପଥର । ମାଟି ତଳେ ଥିବା ସୁନା ପଥରରେ ୧ ଟନ୍ ପଥରର ୧ ଗ୍ରାମ୍ ସୁନା ରହିଛି । ତେବେ ସୁନାପଥର ଭୂପୃଷ୍ଠରୁ ୩୦ ରୁ ୬୦ ମିଟର ତଳେ ଥିବା ଜଣାପଡିଛି ।