28.1 C
Bhubaneswar
Saturday, July 27, 2024
Homeଓଡିଶାଓଡିଶା ଜଙ୍ଗଲରେ ରହିଛନ୍ତି ୩୦ ମହାବଳ ବାଘ

ଓଡିଶା ଜଙ୍ଗଲରେ ରହିଛନ୍ତି ୩୦ ମହାବଳ ବାଘ

ଭୁବନେଶ୍ଵର: ଓଡିଶା ଜଙ୍ଗଲରେ ୩୦ ମହାବଳ ବାଘ ରହିଛନ୍ତି। ରାଜ୍ୟ ବାଘ ଗଣନାରେ ବାଘ ସଂଖ୍ୟା ବଢିଥିବା ଜଣା ପଡ଼ିଛି। କେବଳ ଶିମିଳିପାଳରେ ୨୪ ମହାବଳ ବାଘ ଅଛନ୍ତି। ସେହିପରି ୧ ବର୍ଷରୁ କମ ୮ ବାଘ ଛୁଆ ଶିମିଳିପାଳରେ ଅଛନ୍ତି। ବାଘ ଗଣନା ରିପୋର୍ଟ ଆସିବା ପରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶିମିଳିପାଳକୁ ଛାଡ଼ି କେନ୍ଦୁଝରରେ ଗୋଟିଏ, ପାରଳାଖେମୁଣ୍ଡିରେ ଗୋଟିଏ ଓ ହୀରାକୁଦରେ ଗୋଟିଏ ମହାବଳ ବାଘ ଥିବା ଚି଼ହ୍ନଟ ହୋଇଛି। ମୋଟ୍ ୧୩ ଟି ମେଲ୍ ଓ ୧୪ଟି ମାଈ ମହାବଳ ବାଘ ଥିବା କହିଛି ବନ ବିଭାଗ। ଅନ୍ୟ ପଟେ ଶିମିଳିପାଳରେ ଆଉ ୩ ମହାବଳ ବାଘ ଚିହ୍ନଟ ହୋଇଥିଲେ ମଧ୍ୟ କ୍ୟାମେରା ଟ୍ରାପରେ ତାହା ଜଣା ପଡ଼ିନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking