କଟକ: ରେଲୱେ ସମ୍ପତ୍ତି ଚୋରି ମାମଲାରେ ଫେରାର୍ ଥିବା ମୁଖ୍ୟ ଅଭିଯୁକ୍ତ ଗଙ୍ଗାଧର ପଲେଇ ଓରଫ ଗଙ୍ଗାଙ୍କୁ ରେଳବାଇ ପୁଲିସ ଆଜି ଗିରଫ କରାଯାଇଛି । ଗତ ମାର୍ଚ୍ଚ ୧୯ ତାରିଖ ରାତିରେ ରେଲୱେ ସମ୍ପତ୍ତି ଚୋରି ହେଉଥିବା ଜାଣି କଟକ ଆର୍ପିଏଫ୍ ଚଢ଼ାଉ କରି ୨ ଜଣ ଅଭିଯୁକ୍ତ ରମା ବେହେରା (୪୭) ଓ ବାଇତି ଚମ୍ପିଆ(୪୯)ଙ୍କୁ ଗିରଫ କରିଥିଲା । ହେଲେ ମୁଖ୍ୟ ଅଭିଯୁକ୍ତ ଗଙ୍ଗାଧର ପଲେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏନେଇ ଆର୍ପିଏଫ୍ ଥାନାରେ କେସ୍ ନଂ ୦୮/୨୩ ରୁଜୁ ହୋଇଥିଲା । ହେଲେ ଆଜି ମହାନଦୀ ପୋଲ ନିକଟରେ ଚଢ଼ାଉ କରି ପୁଲିସ ଗଙ୍ଗାକୁ ଗିରଫ କରି କୋର୍ଟ ଚାଲଣ କରିଛିି । ଅପରପକ୍ଷେ କଟକ ରେଳସୁରକ୍ଷା ବଳ ପକ୍ଷରୁ ଆଜି ସନ୍ଧ୍ୟାରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ରେଳ ଷ୍ଟେସନ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଆର୍ପିଏଫ୍ ପରିକ୍ରମା କରଛି । ରେଳଯାତ୍ରୀମାନଙ୍କୁ ସୁରକ୍ଷିତ ଯାତ୍ରା ସହ ରେଳ ସମ୍ପତ୍ତିର ନିରାପତ୍ତା ଓ ସୁରକ୍ଷା କରିବା ଏହି ଫ୍ଲାଗମାର୍ଚ୍ଚର ଉଦ୍ଦେଶ୍ୟ ବୋଲି ଆର୍ପିଏଫ୍ ଆଇଆଇସି ଅନୀଲ ସିଂହ ସୂଚନା ଦେଇଛନ୍ତି ।