ଭୁବନେଶ୍ୱର : ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାରେ ଲୁଟେରା ଗିରଫ ହୋଇଛି । ରାଜ୍ୟ ବାହାରୁ ଲୁଟେରାକୁ ଗିରଫ କରିଛି କମିଶନରେଟ ପୋଲିସ । ଲୁଟେରା ଗିରଫ ସହ ଚୋରି ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି । ନିରଞ୍ଜନଙ୍କ ଘରୁ ଲୁଟ ପୂର୍ୱରୁ ଆଉ ଜଣଙ୍କ ଘରୁ ମଧ୍ୟ ଚୋର କରିଥିବା ସୂଚନା ମିଳିଛି । ଜାନୁୟାରୀ ୨୫ ତାରିଖ ବିଳମ୍ବିତ ରାତିରେ ନିରଞ୍ଜନଙ୍କ ନୟାପଲ୍ଲୀ ଆଇଆରଏସ ଭିଲେଜ ଘରୁ ବଡ ଧରଣର ଚୋରି ହେଇଥିଲା । ନଗଦ ଅଢେଇ ଲକ୍ଷ ଟଙ୍କା ସହିତ ୫୦ ଲକ୍ଷର ସୁନା ଅଳଙ୍କାର ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା ।