28.1 C
Bhubaneswar
Sunday, June 23, 2024
Homeକରୋନାଜାଇଡସ୍ ପକ୍ଷରୁ ଟିକା ଯୋଗାଣ ଆରମ୍ଭ

ଜାଇଡସ୍ ପକ୍ଷରୁ ଟିକା ଯୋଗାଣ ଆରମ୍ଭ

ନୂଆଦିଲ୍ଲୀ : ଜାଇଡସ୍ କାଡିଲା କମ୍ପାନୀ ପକ୍ଷରୁ ବୁଧବାର ସରକାରଙ୍କୁ କୋଭିଡ୍ ଟିକା ‘ଜାଇକୋଭ୍‌-ଡି’ ଯୋଗାଣ ଆରମ୍ଭ ହୋଇଛି । ଏହି ଟିକାର ବିଶେଷତ୍ୱ ହେଉଛି, ଏଥିରେ ଛୁଞ୍ଚି ପରିବର୍ତ୍ତେ ଏକ ଆପ୍ଲିକେଟର ବ୍ୟବହାର କରାଯିବ । ଏଭଳି ଟିକାର ୧୦ ଲକ୍ଷ ଡୋଜ୍ ଯୋଗାଇବାକୁ କେନ୍ଦ୍ର ସରକାର ଗତବର୍ଷ କମ୍ପାନୀକୁ ଅର୍ଡର ଦେଇଥିଲେ ।

ଏହି ଟିକା ତିନିଟି ପର୍ଯ୍ୟାୟରେ ଲୋକଙ୍କୁ ଦିଆଯିବ । ପ୍ରଥମ ଡୋଜ୍ ନେବାର ୨୮ ଦିନ ପରେ ଦ୍ୱିତୀୟ ଏବଂ ୫୬ ଦିନରେ ତୃତୀୟ ଡୋଜ୍‌ର ପାଳି ପଡିବ । ଏହି ଟିକାର ମୂଲ୍ୟ ଡୋଜ୍ ପିଛା ୨୬୫ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ଆପ୍ଲିକେଟର ମୂଲ୍ୟ ୯୩ ଟଙ୍କା ନିର୍ଦ୍ଧାରଣ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଏହି ଟିକା ବିହାର, ଝାଡଖଣ୍ଡ, ମହାରାଷ୍ଟ୍ର, ପଞ୍ଜାବ, ତାମିଲନାଡୁ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ବ୍ୟବହାର କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking