27.2 C
Bhubaneswar
Saturday, May 17, 2025
Homeଓଡିଶାମହିଳାଙ୍କୁ ଅସଦାଚରଣ କରିବା ସହ ଘର ଆଗରେ ହଙ୍ଗାମା କରି ଯୁବକ ଗିରଫ

ମହିଳାଙ୍କୁ ଅସଦାଚରଣ କରିବା ସହ ଘର ଆଗରେ ହଙ୍ଗାମା କରି ଯୁବକ ଗିରଫ

ଭୁବନେଶ୍ୱର: ମହିଳାଙ୍କୁ ଅସଦାଚରଣ କରିବା ସହ ତାଙ୍କ ଘର ଆଗରେ ହଙ୍ଗାମା କରିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିକୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଅୟସକାନ୍ତ ଦାସ । ତାଙ୍କ ଘର କେନ୍ଦ୍ରପଡା ଜିଲା ମାର୍ଶାଘାଇ ପୋଲସର ଗ୍ରାମରେ । ସୂଚନାଯୋଗ୍ୟ ଯେ,ପୀଡ଼ିତା ଏକ ଘରୋଇ ହସ୍ପିଟାଲରେ କାମ କରନ୍ତି ଏବଂ ଗତ କିଛି ବର୍ଷ ପୂର୍ବେ ଉଭୟ ପୀଡ଼ିତା ଏବଂ ଅଭିଯୁକ୍ତ ପରସ୍ପରଙ୍କ ସମ୍ପର୍କରେ ରହିଥିଲେ । ପୀଡ଼ିତାଙ୍କର ଅନ୍ୟତ୍ର ବିବାହ ହେବା ପରେ ଅଭିଯୁକ୍ତ ତାଙ୍କୁ ଅନୁସରଣ କରି ସମୟ ସମୟରେ ଅଟକାଇବା ସହ ଫୋନ କଲ କରି ତାଙ୍କ ସହ ଯୋଗଯୋଗରେ ରହିବାକୁ ବାଧ୍ୟ କରୁଥିଲେ । ଅଭିଯୁକ୍ତ ସମୟ ସମୟରେ ପିଡ଼ିତାଙ୍କର କର୍ମକ୍ଷେତ୍ର ପରିଦର୍ଶନ କରୁଥିଲେ ଏବଂ ପୀଡ଼ିତାଙ୍କର କିଛି ସହକର୍ମୀଙ୍କ ଠାରୁ ତାଙ୍କର ସୂଚନା ସଂଗ୍ରହ କରୁଥିଲେ ।

ଗତ ୧୦ ତାରିଖ ସନ୍ଧ୍ୟାରେ ପୀଡ଼ିତା କିଛି ସାମଗ୍ରୀ କିଣିବା ପାଇଁ ବଡଗଡ ମାର୍କେଟ କୁ ଆସିଥିବା ସମୟରେ ଅଭିଯୁକ୍ତ ମଧ୍ୟ ସେଠାକୁ ଆସିଥିଲେ ଏବଂ ତାଙ୍କୁ ଅଟକାଇ ତାଙ୍କୁ ଏଡାଇବାର କାରଣ ପଚାରିଥିଲେ । ଅଭିଯୁକ୍ତ ଜଣକ ପିଡ଼ିତାଙ୍କ ଠାରୁ ଇଚ୍ଛାକୃତ ଉତ୍ତର ନପାଇ ତାଙ୍କୁ ଅନୁପଯୁକ୍ତ ଭାବରେ ସ୍ପର୍ଶ କରିବାକୁ ଚେଷ୍ଠା କରିଥିଲେ । ଏଥିରେ ପୀଡ଼ିତା ଅଭିଯୁକ୍ତଙ୍କୁ ଚାପୁଡା ମାରିବା ସହ ସ୍ଥାନୀୟ ଲୋକମାନଙ୍କର ହସ୍ତକ୍ଷେପ ହେତୁ ଘଟଣା ସ୍ଥଳରୁ ଚାଲି ଆସିଥିଲେ । ଗତ ୧୧ ତାରିଖରେ ଅଭିଯୁକ୍ତ ଜଣକ ପୀଡ଼ିତଙ୍କର ସ୍ୱାମୀଙ୍କୁ କଲ କରିବା ସହ ଘର ବାହାରକୁ ଆସିବା ପାଇଁ କହିଥିଲେ । ଉଭୟେ ପୀଡ଼ିତା ଏବଂ ତାଙ୍କର ସ୍ୱାମୀ ଘର ବାହାରକୁ ଆସିଥିଲେ । ଅଭିଯୁକ୍ତଙ୍କୁ ଘର ବାହାରେ ହଙ୍ଗାମା କରୁଥିବାର ଦେଖିବା ପରେ ପିସିଆର ଡକାଇ ବଡଗଡ ଥାନାରେ ଜିମ୍ମା ଦେଇଥିଲେ । ପୀଡ଼ିତା ଏନେଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ପରେ ପୁଲିସ ତଦନ୍ତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking