29.1 C
Bhubaneswar
Wednesday, May 22, 2024
Homeଓଡିଶାଇଲେକ୍ଟ୍ରି କରେଣ୍ଟ ଲାଗି ଯୁବକ ମୃତ

ଇଲେକ୍ଟ୍ରି କରେଣ୍ଟ ଲାଗି ଯୁବକ ମୃତ

ମୟୁରଭଞ୍ଜ- ଅଞ୍ଚଳରେ ବିଦ୍ୟୁତ କାଟ ହୋଇଥିଲା । ଏହାର ସୁଯୋଗରେ ବିଦ୍ୟୁତ ଖୁଣ୍ଟରୁ ଘରକୁ ସଂଯୋଗ ହୋଇଥିବା ବିଦ୍ୟୁତ ତାର ମରାମତି ପାଇଁ ବିଦ୍ୟୁତ ଖୁଣ୍ଟକୁ ଚଢି ଯାଇଥିଲେ ଯୁବକ ।  ହେଲେ କରେଣ୍ଟ ଆସି ଯିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କର ହୋଇଛି ମୃତ୍ୟୁ  ।  ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ଉଦଳା ଥାନା ଅଧିନସ୍ଥ ରାଇକାଳୀ ଗ୍ରାମରେ ।

ଗ୍ରାମର ଆମାସ ଟୁଡୁ ମଧ୍ୟାହ୍ନରେ ଗ୍ରାମର ଜୈନିକ ଲୋକଙ୍କ ଘରକୁ ଆସିଥିବା ବିଦ୍ୟୁତ ସଂଯୋଗରେ ତ୍ରୁଟି ଥିବାରୁ ବିଦ୍ୟୁତ ନ ଥିବା ଜାଣିବାକୁ ପାଇଥିଲେ ।  ତେଣୁ ସେ ଘର ନିକଟରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଚଢି ମରାମତିରେ ଲାଗିପଡ଼ିଥିଲେ ।  ହେଲେ ହଠାତ କରେଣ୍ଟ ଆସିଯିବାରୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ବିଦ୍ୟୁତ ଆଘାତରେ ଗୁରୁତର ଅବସ୍ଥାରେ ଖୁଣ୍ଟରୁ ତଳକୁ ପଡିଯାଇଥିଲେ ।

ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସ୍ୱାସ୍ଥ୍ୟ ପରୀକ୍ଷା କରି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଖବରପାଇ ଉଦଳା ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।  ଶବ ବ୍ୟବଚ୍ଛେଦ ନିମନ୍ତେ ଉଦଳା ମେଡିକାଲର ଶବ ଗୃହକୁ ପଠାଇ ଦେଇଥିବା ବେଳେ ପୋଲିସ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇ ଘର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l ତେବେ ଏ ଘଟଣା ଗ୍ରାମରେ ଏକ ଦୁଃଖଦ ପରିବେଶ ସୃଷ୍ଟି କରିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking