34.1 C
Bhubaneswar
Friday, October 18, 2024
Homeଅପରାଧବାଇକ ଦେବାକୁ ମନା କରିବାରୁ ମହିଳାଙ୍କୁ ଆକ୍ରମଣ କଲେ ଯୁବକ

ବାଇକ ଦେବାକୁ ମନା କରିବାରୁ ମହିଳାଙ୍କୁ ଆକ୍ରମଣ କଲେ ଯୁବକ

କେନ୍ଦ୍ରାପଡ଼ା : ବାଇକ ମାଗି ନ ମିଳିବାରୁ ମହିଳାଙ୍କୁ ଆକ୍ରମଣ କଲେ ଯୁବକ । ବାଇକ ମାଲିକଙ୍କୁ ଠେଲି ଦେବାରୁ ମହିଳାଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଶୋରିସଦା ଗ୍ରାମରେ । ଗ୍ରାମର ତାପସ ଶର୍ମା ଏକ ନୂତନ ବାଇକ ଆଣିଥିବା ବେଳେ ପଡୋଶୀ ସୁଧୀର ଶର୍ମା ତାଙ୍କ ବାଇକକୁ ବାରମ୍ବାର ବ୍ୟବହାର ନିମନ୍ତେ ନେଉଥିଲେ । ଗତ କାଲି ତାପସ ବାଇକ ଦେବାକୁ ମନା କରିବାରୁ ପଡୋଶୀ ସୁଧୀର ତାଙ୍କ ପରିବାର ଲୋକଙ୍କୁ ଗାଳି ଗୁଲଜ କରିଥିଲେ । ତାପସଙ୍କ ମା’ ସନ୍ଧ୍ୟାରାଣୀ ପ୍ରତିବାଦ କରିବାରୁ ସୁଧୀର ତାପସଙ୍କ ମା’ ସନ୍ଧ୍ୟାରାଣୀଙ୍କୁ ଠେଲି ଦେଇଥିଲେ । ସନ୍ଧ୍ୟାରାଣୀ ନିକଟରେ ଥିବା ଏକ ନଡ଼ିଆ ଗଛରେ ପିଟି ହୋଇ କଂକ୍ରିଟ ଢ଼ଳେଇରେ ପଡି ସଂଜ୍ଞହୀନ ହୋଇ ପଡ଼ିଥିଲେ । ପରିବାର ଲୋକ ତାଙ୍କୁ ମେଡିକାଲ ନେବାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସନ୍ଧ୍ୟାରାଣୀଙ୍କ ପୁଅ ତାପସ ଶର୍ମା ସୁଧୀରଙ୍କ ନାମରେ ଆଳି ଥାନାରେ ଅଭିଯୋଗ କରିବା ପରେ ପୋଲିସ ସୁଧୀରଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking