29.1 C
Bhubaneswar
Friday, October 4, 2024
Homeଓଡିଶାଚାନ୍ଦବାଲି ବ୍ଲକ ଘେରାଉ କରି ସରକାରଙ୍କ ଉପରେ ବର୍ଷିଲା ବିଜେପି

ଚାନ୍ଦବାଲି ବ୍ଲକ ଘେରାଉ କରି ସରକାରଙ୍କ ଉପରେ ବର୍ଷିଲା ବିଜେପି

ଭଦ୍ରକ : ଓଡ଼ିଶାରେ ସବୁଠାରୁ ବଡ ଦୁର୍ନୀତି ଚିଟଫଣ୍ଡ ଦୁର୍ନୀତି । ଓଡିଶାବାସୀଙ୍କ ସହ ବିଶ୍ୱାସଘାତ କରି ୪୦ଲକ୍ଷ ଗରିବ ଲୋକଙ୍କ ଝାଳବୁହା ଟଙ୍କାକୁ ଚିଟ୍‌ଫଣ୍ଡ ଜରିଆରେ ଲୁଟ୍ କରିଛନ୍ତି ରାଜ୍ୟ ସରକାର । ବିଜେଡି ସରକାରର ସୁରକ୍ଷା ପ୍ରଦାନ କାରଣରୁ ବିଭିନ୍ନ ଚିଟ୍‌ଫଣ୍ଡ ଘୋଟାଲାରେ ସଂପୃକ୍ତ ଅଭିଯୁକ୍ତମାନେ ଆଜି ନିର୍ଭୟରେ ବାହାରେ ବୁଲୁଛନ୍ତି । “ଅଣଓଡିଆ ଅଫିସର, ଠିକାଦାର, ବ୍ୟବସାୟୀ” ମଧୁଚନ୍ଦ୍ରିକାରେ ରାଜ୍ୟର ବିକାଶକୁ ଲୁଂଠନ କରାଯାଉଛି । ୫୦ ପ୍ରତିଶତ ପିସି କମିଶନ ଟଙ୍କାରେ ବିଜେଡି ନେତା, ମନ୍ତ୍ରୀ ଓ ବିଧାୟକମାନେ ମାଲେମାଲ ହେଉଛନ୍ତି । କିନ୍ତୁ ସାଧାରଣ ଲୋକଟି ନିଜ ହକ୍ ପାଇବାରୁ ବଂଚିତ ହେଉଛନ୍ତି  । ଏମିତି କହି ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛି ବିଜେପି  । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ସରକାର ବିରୋଧରେ ବର୍ଷିଛନ୍ତି । ସେ କହିଛନ୍ତି, କୁଶାସନକୁ ନେଇ ଓଡ଼ିଶାବାସୀଙ୍କ ମନରେ “ଜନଆକ୍ରୋଶ” ସୃଷ୍ଟି ହୋଇଛି । ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ଚରମ ସୀମା ଅତିକ୍ରମ କରିସାରିଛି । ଗତ ୯ ବର୍ଷରେ ରାଜ୍ୟକୁ କେନ୍ଦ୍ରରୁ ମୋଦି ସରକାର ୧୮.୮୩ ଲକ୍ଷ କୋଟି ଟଙ୍କା ଦେଇଥିବାବେଳେ ଓଡିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କା ଲୁଟ୍ ହେଉଛି । ଶ୍ରୀ ସାମଲ କହିଛନ୍ତି,  ରାଜ୍ୟ ସରକାରଙ୍କ ଆବେଦନଠାରୁ ଅଧିକ ସଂଖ୍ୟାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ପକ୍କା ଘର ଯୋଗାଇ ଦେବା ସତ୍ୱେ ଆଜି ବି ଲକ୍ଷ ଲକ୍ଷ ପରିବାରର ମୁଣ୍ଡ ଉପରେ ଛାତ ନାହିଁ । ଓଡ଼ିଶାର ଗରିବ ଲୋକମାନେ କିଭଳି କେନ୍ଦ୍ର ସରକାର ଦେଉଥିବା ପକ୍କାଘର ନପାଇବେ ସେଥିପାଇଁ ଷଡଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking