26.1 C
Bhubaneswar
Monday, August 24, 2026
Homeଓଡିଶାବଡ଼ ଭାଇକୁ ଟାଙ୍ଗିଆରେ ହାଣିଲା ସାନ ଭାଇ

ବଡ଼ ଭାଇକୁ ଟାଙ୍ଗିଆରେ ହାଣିଲା ସାନ ଭାଇ

ଗଞ୍ଜାମ : ବଡ଼ ଭାଇକୁ ଟାଙ୍ଗିଆରେ ହାଣିଲା ସାନ ଭାଇ । ଗଞ୍ଜାମ ଜିଲ୍ଲା ତାରାସିଂ ଥାନାଅନ୍ତର୍ଗତ ନୂଆ ବାଙ୍କତରା ଗାଁରେ ଘଟିଛି ଏଭଳି ଘଟଣା । ମୃତ ବ୍ୟକ୍ତି ଜଣଙ୍କ ହେଲେ କବିରାଜ ଗୌଡ଼। ଆଜି ସକାଳେ କବିରାଜ ନିଜ ପୁଅ ସହ ମିଶି ଜମିକୁ ପାଣି ମଡାଇବାକୁ ଯାଇଥିଲେ। ଏହି ସମୟରେ ବଡ଼ ଭାଇ ଦେବ ଗୌଡ଼ ମଧ୍ୟ କିଛି ଲୋକଙ୍କୁ ନେଇ ନିଜ ଜମିରେ କାମ କରୁଥିଲେ। ପାଣି ମଡ଼ାଇବା ନେଇ ଦୁଇ ଭାଇଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା। ପରେ ଠେଲାପେଲା ହେବା ସହ ମାଡ଼ପିଟ ଓ ହଣାକଟା ହୋଇଥିଲା। ଏଥିରେ ଉଭୟ ପକ୍ଷର ୫ ଜଣ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର କବିରାଜଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଦୁଇଟି କୁରାଢ଼ି ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking