30.1 C
Bhubaneswar
Sunday, June 30, 2024
Homeଓଡିଶାପ୍ରେମରେ ବିଫଳ ହୋଇ ଜୀବନ ହାରିଲା ଯୁବକ !

ପ୍ରେମରେ ବିଫଳ ହୋଇ ଜୀବନ ହାରିଲା ଯୁବକ !

ମୟୁରଭଞ୍ଜ: ପ୍ରେମରେ ବିଫଳ ହେବାରୁ କୀଟନାଶକ ଖାଇ ପ୍ରେମିକ ଜୀବନ ହାରିଥିବା ଅଭିଯୋଗ । ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଖଡମ ବେଡା ଗ୍ରାମପଞ୍ଚାୟତର ମୁଷାମାରୀ ଗ୍ରାମରେ । ପିରବାର କହିବା ଅନୁଯାୟୀ, ମୁଷାମାରୀ ଗ୍ରାମର ସାଉନା ହେମ୍ବ୍ରମଙ୍କ ୨୧ ବର୍ଷର ପୁଅ ସାଇବା ହେମ୍ବ୍ରମ ପାଖାପାଖି ସପ୍ତାହେ ହେବ ବିଶୋଇ ଲ୍ୟାମ୍ଫସରେ କାର୍ଯ୍ୟ କରୁଥିଲେ । ତେବେ ଆଜି ସକାଳୁ ଲ୍ୟାମ୍ଫସ ଯିବା ପରିବର୍ତ୍ତେ ଦେହ ଭଲ ଲାଗୁନଥିବା କହି ଘରେ ରହିଥିଲା । ତେବେ କାହିଁକି ଦେହ ଭଲ ଲାଗୁନି ବୋଲି ବାପା ସାଉନା ଏ ସମ୍ପର୍କରେ ପୁଅକୁ ପଚାରିଥିଲେ । ବାପା ପଚାରିବାରୁ ସାଇବା କୀଟନାଶକ ଔଷଧ ଖାଇ ଦେଇଥିବା ବାପାଙ୍କୁ କହିଥିଲେ । ପରିବାର ଲୋକେ ଏହା ଜାଣିପାରି ସାଇବାକୁ ଉଦ୍ଧାର କରି ତୁରନ୍ତ ବିଶୋଇ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ।

ସେଠାରେ ଡାକ୍ତର ବହୁ ପ୍ରୟାସ ସତ୍ତ୍ୱେ ସାଇବା ପିଇ ଦେଇଥିବା ବିଷକୁ ବାହାର କରି ପାରି ନଥିଲେ । ଫଳରେ ବାଧ୍ୟ ହୋଇ ବାପା ସାଉନା ହେମ୍ବ୍ରମ ପୁଅକୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ସାଇବା ହେମ୍ବ୍ରମଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଡାକ୍ତର ବିଶୋଇ ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବିଶୋଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ମୃତଦେହର ବ୍ୟବଚ୍ଛେଦ ନିମନ୍ତେ ରାଇରଙ୍ଗପୁର ମେଡିକାଲକୁ ପଠାଇଥିଲେ । ତେବେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking