33.1 C
Bhubaneswar
Friday, May 3, 2024
Homeଅପରାଧଗାଡି ପାର୍କିଂ ନେଇ ଯୁବକଙ୍କୁ ଗୁଳି କରି ହତ୍ୟା

ଗାଡି ପାର୍କିଂ ନେଇ ଯୁବକଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଡାବ୍ରିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଗାଡି ପାର୍କିଂ  କୁ ନେଇ ଝଗଡା ହେବା ପରେ ୨୫  ବର୍ଷର ବୟସ୍କ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ଅଭିଯୋଗ ଅନୁସାରେ,  ଜଣେ ବ୍ୟକ୍ତି  ପୋଲିସକୁ ସୂଚନା ଦେଇଥିଲେ କି  ଶୁକ୍ରବାର ଦିନ ପୀଡିତଙ୍କ ମୁଣ୍ଡରେ ଗୁଳି ବାଜିଛି । ଡାବ୍ରି ଅଚଂଳରେ  ଗୁଳି ବିନିମୟ ସମ୍ପର୍କରେ ପୋଲିସ ଟିମ୍ କଲ୍ ପାଇଥିଲେ , ଏହା ପରେ ସଠିକ୍  ତଥ୍ୟ ଜାଣିବା ପାଇଁ ସେମାନେ ଘଟଣାସ୍ଥଳରେ ପହଂଚିଥିଲେ । ପୋଲିସର ସୂଚନାନୁସାରେ  ଜଣେ ବରିଷ୍ଠ ପୋଲିସ ଅଧିକାରୀ ଯେତେବେଳେ ପୋଲିସ ଟିମ୍ ଗ୍ରାଉଣ୍ଡ ଜିରୋରେ ପହଂଚିଥିଲେ ସେଠାରେ ସେମାନେ ରାସ୍ତାରେ ରକ୍ତ ଛିଟା ପଡିଥିବା ଦେଖିବାକୁ ପାଇଥିଲେ ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ , ଏହି ଘଟଣା ପରେ ପୀଡିତ ଙ୍କୁ ଦୀନ ଦିଆଲ ଉପାଧ୍ୟାୟ ହସ୍ପିଟାଲ ରେ ଭର୍ତି କରାଯାଇଥିଲା । ମାତ୍ର ସେଠାରେ ପହଂଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ନାମ ଆଫ୍ରୋଜ ଆଲାମ ବୋଲି ଜଣାପଡିଛି । ଅଭିଯୋଗକାରୀ ପୋଲସକୁ କହିଛନ୍ତି ଯେ ସୁହେଲ ଖାନ ଏବଂ ରାଜା ପୀଡିତ ଙ୍କ ଘର ଆଗରେ ସେମାନଙ୍କ ବାଇକ ପାର୍କିଂ କରିଥିଲେ । ଆପ୍ରୋଂଜ  ଉଭୟଙ୍କୁ ବାଇକ୍ ସ୍ଥାନ ସ୍ଥାନାନ୍ତର କରିବାକୁ କହିଥିଲେ କିନ୍ତୁ ସେମାନେ ମନା କରିଦେଇଥିଲେ ଯାହା ପରେ ସେମାନଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଶେଷରେ ଆଫ୍ରୋଜ୍ ଆଲାମ ଙ୍କୁ ଗୁଳି କରି ଫେରାର ହୋଇ ଯାଇଥିଲେ ।
ପୋଲିସର ଖବର ଆନୁଯାୟୀ   ଉଭୟ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି ଏବଂ ସେମାନେ କେଉଁଠାରେ ଅଛନ୍ତି ଜାଣିବା ପାଇଁ ଅଭିଯୁକ୍ତ ଙ୍କର ଫୋନ୍ ଟ୍ରାକିଂ କରାଯାଉଛି । ମାମଲାର ଅଧିକ ଅନୁସନ୍ଧାନ  କରିବା ପାଇଁ ପୋଲିସ ଟିମ୍ ମଧ୍ୟ ସିସିଟିଭି କ୍ୟାମେରା ଫୁଟେଜ୍ ଯାଂଚ୍ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking