26.1 C
Bhubaneswar
Friday, July 4, 2025
Homeଓଡିଶାବିଦ୍ୟୁତ୍ ଆଘାତରେ ଚାଲିଗଲା ଯୁବକଙ୍କର ଜୀବନ

ବିଦ୍ୟୁତ୍ ଆଘାତରେ ଚାଲିଗଲା ଯୁବକଙ୍କର ଜୀବନ

କଟକ: କଟକ ମହାନଗର ନିଗମ ଅନ୍ତର୍ଗତ ତୁଳସୀପୁରଠାରେ ବିଦ୍ୟୁତ୍ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ କଟକ ଷ୍ଟୁଆର୍ଟ ପାଟଣା ଅଞ୍ଚଳର ଆଲୋକ ପ୍ରଧାନ। ଆଲୋକଙ୍କ ବୟସ ୨୩ ବର୍ଷ । ଗତ ରାତିରେ ଆଲୋକ ତାଙ୍କ ସାଙ୍ଗ ଆକାଶଙ୍କ ଜନ୍ମ ଦିନ ପାଳିବା ପାଇଁ କଟକ ତୁଳସୀପୁର ସ୍ଥିତ ମଧୁକୁଞ୍ଜ ପାର୍କକୁ ଯାଇଥିଲେ। ଜନ୍ମ ଦିନ ପାଳନ କରି ଆଲୋକ ଓ ତାଙ୍କ ସାଙ୍ଗ ଉଦିତ କେକ କାଟି ଫେରୁଥିବା ବେଳେ ପାର୍କ ସାମ୍ନାରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟିରୁ ଉଭୟଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା। ଏହାଫଳରେ ଘଟଣାସ୍ଥଳରେ ଆଲୋକଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପଟେ ଏହି ଘଟଣାରେ ଉଦୟ ଗୁରୁତର ଭାବେ ଆହତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking