27.1 C
Bhubaneswar
Saturday, July 27, 2024
Homeଓଡିଶାପାଚେରିରୁ ପଡି ଯୁବକ ମୃତ

ପାଚେରିରୁ ପଡି ଯୁବକ ମୃତ

କେସିଙ୍ଗା : ଗଛ କାଟିବା ହେଲା କାଳ। ଗଛ କାଟିବା ସମୟରେ ପାଚେରିରୁ ପଡିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେସିଙ୍ଗା ସହରରେ। ମିଳିଥିବା ସୂଚନା ଅନୁସାରେ କେସିଙ୍ଗା ସହରର ବିଜୁ ପଟ୍ଟନାୟକ ଛକ ବା ବଲାଙ୍ଗିର ଛକ ନିକଟରେ ଜଣେ ବ୍ୟବସାୟୀଙ୍କ ଘରକୁ ଲାଗିଥିବା ଏକ ଗଛକୁ କାଟିବା ପାଇଁ ବ୍ୟବସାୟୀ ଜଣଙ୍କ ସହରର ଏକ ନମ୍ବର ୱାଡ ବଗାଡ ଗ୍ରାମର ଭୋଜରାଜ ସାହୁଙ୍କୁ ଡାକିଥିଲେ।

ଭୋଜରାଜ ଆଜି ସକାଳେ ବ୍ୟବସାୟୀଙ୍କ ସୁଚିତ ଅନୁସାରେ ଗଛକୁ କାଟିଥିଲେ। ଗଛଟି କଟିବାପରେ ତାହା ବ୍ୟବସାୟୀଙ୍କ ପାଚେରିରେ ବାଜିଥିଲା ଏବଂ ଉକ୍ତ ପାଚେରିଟି ଭାଙ୍ଗିଯାଇ ଭୋଜରାଜଙ୍କ ଉପରେ ପଡିଯାଇଥିଲା, ଫଳରେ ପାଚେରି ତଳେ ସେ ଚାପି ହୋଇଯାଇଥିଲେ। ଖବରପାଇ କେସିଙ୍ଗା ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଚିବା ସହିତ ସ୍ଥାନୀୟ ଲୋକଙ୍କ ସହାୟତାରେ ଭୋଜରାଜଙ୍କୁ ଉଦ୍ଧାର କରି କେସିଙ୍ଗା ଡାକ୍ତରଖାନାକୁ ନେଇଥିଲେ,ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking