29.1 C
Bhubaneswar
Saturday, May 4, 2024
Homeଅପରାଧଶାରୀରିକ ସମ୍ପର୍କ ରଖିବାକୁ ଅରାଜି ହେବାରୁ ନାବାଳିକା ସହ ଏପରି କିଛି କଲେ ଯୁବକ ଜଣକ

ଶାରୀରିକ ସମ୍ପର୍କ ରଖିବାକୁ ଅରାଜି ହେବାରୁ ନାବାଳିକା ସହ ଏପରି କିଛି କଲେ ଯୁବକ ଜଣକ

କେନ୍ଦୁଝର : ଶାରୀରିକ ସମ୍ପର୍କ ରଖିବାକୁ ଅରାଜି ହେବାରୁ ନାବାଳିକାଙ୍କୁ ୨୫ ଫୁଟ ତଳକୁ ଠେଲି ହତ୍ୟାକଲା । ଏହାପରେ ଶବ ସହ ଦୁଷ୍କର୍ମ କରିବା ପରେ ପରିଚୟ ଲୁଚାଇବାକୁ ମୁହଁରେ ପଥର ଛେଚିଲା । ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଯୁବକକୁ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ପୁଲିସ ଗିରଫ କରିଛି ।

ଅଭିଯୁକ୍ତ ହେଲା ଆନନ୍ଦପୁର ପୌରାଞ୍ଚଳ ୧୪ ନମ୍ବର ୱାର୍ଡ ଘସିପୁରାର ପୁପୁନ ପାତ୍ର (୨୬) । ହରିଚନ୍ଦନପୁର ଥାନା ଏସ୍‌ଆଇ ସୁରେଶ କୁମାର ମାଝୀଙ୍କ ସୂଚନା ଅନୁସାରେ, ଘସିପୁରା ମୁରାବାଲି ଅଞ୍ଚଳର ଦୁଇଭଉଣୀ ତାମିଲନାଡ଼ୁର ଏକ ସୂତାକଳରେ କାମ କରନ୍ତି । ଗତ ୧୭ରେ ସାନଭଉଣୀ ଗାଁକୁ ଫେରିଥିଲେ । ଆନନ୍ଦପୁର ଡାକ୍ତରଖାନା ନିକଟରେ ବାପାଙ୍କ ସହ ତାଙ୍କର ସାକ୍ଷାତ ବେଳେ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ପୁପୁନ ସେଠାରେ ପହଞ୍ଚିଥିଲା ।

ରଶ୍ମିତା ଘରକୁ ଯିବା ପରିବର୍ତ୍ତେ ମାମୁଘର ହରିଚନ୍ଦନପୁର ଥାନା ଶଙ୍କରପୁର ଗ୍ରାମରେ ଛାଡ଼ିଦେବାକୁ ପୁପୁନକୁ କହିଥିଲା । ସେ ହରିଚନ୍ଦନପୁର ବଜାର ପରିବର୍ତ୍ତେ ବାଇପାସ୍ ରାସ୍ତାରେ ଯିବାରୁ ରଶ୍ମିତା ପ୍ରତିବାଦ କରିଥିଲେ । ବାଇପାସ୍ ରାସ୍ତାର ମୁଷଳ ନଦୀ ପୂର୍ବରୁ ଥିବା ଆପ୍ରୋଚ ରାସ୍ତାକଡ଼ରେ ପୁପୁନ ବାଇକ୍ ରଖି ରଶ୍ମିତାଙ୍କ ସହ ଶାରୀରିକ ସମ୍ପର୍କରେ ରଖିବାକୁ ଉଦ୍ୟମ କରିଥିଲା । ଏହାକୁ ରଶ୍ମିତା ବିରୋଧ କରିବାରୁ ଏଥିରେ ଉତ୍ତ୍ୟକ୍ତ ହୋଇ ପୁପୁନ ରଶ୍ମିତାଙ୍କୁ ରାସ୍ତାରୁ ୨୫ ଫୁଟ ତଳକୁ ଠେଲି ଦେଇଥିଲା ।

ରଶ୍ମିତା ଖସି ପଡ଼ିବା ପରେ ପୁପୁନ ତାଙ୍କୁ ଦୁଷ୍କର୍ମ କରିଥିଲେ । କାଳେ ରଶ୍ମିତା ବଞ୍ଚିଥିବ ଭାବି ଓଢ଼ଣିରେ ବେକକୁ ଚିପି ଦେଇଥିଲା । ମୃତଦେହକୁ ବିକୃତ କରିବା ପାଇଁ ରଶ୍ମିତାଙ୍କ ମୁହଁରେ ପଥରେ ଛେଚି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ପୁଲିସ ତଦନ୍ତ ପରେ ଯୁବତୀଙ୍କ ପରିଚୟ ମିଳିଥିଲା । ଆଜି ପୁଲିସ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ଅପରାଧର ପୁନଃଦୃଶ୍ୟାୟନ ପରେ କୋର୍ଟଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking