27.1 C
Bhubaneswar
Wednesday, June 26, 2024
Homeଓଡିଶା୧୯ ତାରିଖ ପରେ ବର୍ଷ ସମ୍ଭାବନା

୧୯ ତାରିଖ ପରେ ବର୍ଷ ସମ୍ଭାବନା

ଭୁବନେଶ୍ୱର : ପ୍ରଚଣ୍ଡ ଖରା, ପ୍ରବଳ ତାତି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବଢିଚାଲିଛି । ଦିନରେ ଅସହ୍ୟ ତାତି ଓ ଗୁଳୁଗୁଳି ଲୋକଙ୍କ ଜୀବନ ବଞ୍ଚିବା ଅସମ୍ଭବ କରି ଦେଉଛି ଆଉ ଅନ୍ୟପଟେ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିନାହିଁ । ନୂଆପଡ଼ାରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ଛୁଇଁ ଥିବାବେଳେ ୯ଟି ସହରର ତାପାମାତ୍ରା ୪୦ ଡିଗ୍ରୀ ପାର କରିଲାଣି । ଏହି ସମୟରେ ଓଡ଼ିଶାରେ ଆସନ୍ତା ୧୯ ତାରିଖରେ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ମୌସୁମୀ ଓଡ଼ିଶା ଛୁଇଁବା ପରେ ମଧ୍ୟ ସକ୍ରିୟ ହୋଇନାହିଁ । ଯାହାଫଳରେ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି । ଆଜି ଓ ଆସନ୍ତାକାଲି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking