27.8 C
Bhubaneswar
Sunday, May 18, 2025
Homeଦେଶ ବିଦେଶବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳା: ଫୋର୍ବସ ରିପୋର୍ଟ; ତାଲିକାରେ ନିର୍ମଳାଙ୍କ ସମେତ ଭାରତରୁ ୪

ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳା: ଫୋର୍ବସ ରିପୋର୍ଟ; ତାଲିକାରେ ନିର୍ମଳାଙ୍କ ସମେତ ଭାରତରୁ ୪

ନୂଆଦିଲ୍ଲୀ:  ଫୋର୍ବସ ପତ୍ରିକା ପକ୍ଷରୁ ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକା ପ୍ରକାଶ କରାଯାଇଛି । ଏଥିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ଭାରତରୁ ୪ ଜଣ ମହିଳା ସ୍ଥାନ ପାଇଛନ୍ତି । ଅନ୍ୟ ତିନିଜଣ ହେଲେ ରୋଶନି ନାଦର ମାଲହୋତ୍ରା, ସୋମା ମଣ୍ଡଳ ଓ କିରଣ ମଜୁମଦାର ସ’ । ନିର୍ମଳା ତାଲିକାର ୩୨ତମ ସ୍ଥାନରେ ଥିବାବେଳେ ରୋଶନି ୬୦, ସୋମା ୭୦ ଓ କିରଣଙ୍କୁ ୭୬ତମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି ।

ୟୁରୋପୀୟ କମିଶନ ମୁଖ୍ୟ ଉର୍ସୁଲା ଭନ୍‌ଡେର୍ ଲିୟେନ୍ ତାଲିକାର ଶୀର୍ଷରେ ସ୍ଥାନ ପାଇଥିବାବେଳେ ୟୁରୋପିଆନ୍ ସେଣ୍ଟ୍ରାଲ ବ୍ୟାଙ୍କ୍ ମୁଖ୍ୟ କ୍ରିଷ୍ଟିନ୍ ଲାଗାର୍ଡେ ଓ ଆମେରିକା ଉପରାଷ୍ଟ୍ରପତି କମଳା ହାରିସ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ୬୪ ବର୍ଷୀୟା ନିର୍ମଳା ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ୱ ତୁଲାଇଥିବାବେଳେ ଏବଂ ୨୦୧୯ରୁ ଏପର୍ଯ୍ୟନ୍ତ ମୋଦୀ ସରକାରରେ ଅର୍ଥ ବିଭାଗ ଓ କର୍ପୋରେଟ୍ ବିଭାଗ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱରେ ରହିଛନ୍ତି । ୨୦୨୨ରେ ଫୋର୍ବସ ତାଲିକାରେ ନିର୍ମଳାଙ୍କୁ ୩୬ତମ ସ୍ଥାନ ମିଳିଥିଲା । ୪୨ ବର୍ଷୀୟା ରୋଶନି ହେଉଛନ୍ତି ଏଚ୍‌ସିଏଲ ଟେକ୍ନୋଲୋଜିର ଅଧ୍ୟକ୍ଷା । ଦେଶର କୌଣସି ଆଇଟି କମ୍ପାନୀର ମୁଖ୍ୟ ଦାୟିତ୍ୱ ସମ୍ଭାଳିବାରେ ସେ ହେଉଛନ୍ତି ପ୍ରଥମ ମହିଳା । ଏଛ୍‌ସିଏଲ ପ୍ରତିଷ୍ଠଶତା ଶିବ ନାଦରଙ୍କ ଏକମାତ୍ର ସନ୍ତାନଭାବେ ପରିଚିତ ରୋଶନି ହେଉଛନ୍ତି ଭାରତର ସବୁଠାରୁ ଧନୀ ମହିଳା । ୨୦୧୯ରୁ ରୋଶନି କ୍ରମାଗତଭାବେ ଫୋର୍ବସ ତାଲିକାରେ ସ୍ଥାନ ପାଇଆସୁଛନ୍ତି ।

୬୦ ବର୍ଷୀୟା ସୋମା ବର୍ତ୍ତମାନ ସେଲ୍ (ଷ୍ଟିଲ ଅଥରିଟୀ ଅଫ୍ ଇଣ୍ଡିଆ ଲିମିଟେଡ) ଅଧ୍ୟକ୍ଷାଭାବେ କାର୍ଯ୍ୟରତ ଅଛନ୍ତି । ୧୯୮୪ରେ ଇଲେକ୍‌ଟ୍ରିକାଲ ଇଞ୍ଜିନିୟରିଂରେ ବି.ଡେକ୍ ଡିଗ୍ରୀ ହାସଲ କରିବାପରେ ସୋମା ନାଲ୍‌କୋରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ୨୦୧୭ରେ ସେ ଷ୍ଟିଲ ଅଥରିଟୀରେ ନିର୍ଦ୍ଦେଶକ (କମର୍ସିଆଲ)ରେ ନିଯୁକ୍ତି ପାଇଥିଲେ । ୭୦ ବର୍ଷୀୟା କିରଣ ହେଉଛନ୍ତି ବାଓକନ୍ ଲିମିଟେଡ୍‌ର ପ୍ରତିଷ୍ଠାତା । ଏହାପୂର୍ବରୁ ସେ ଆଇଆଇଏମ୍ ବାଙ୍ଗାଲୋର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇସାରିଛନ୍ତି । ୨୦୧୯ରେ ତାଙ୍କୁ ଫୋର୍ବସ ତାଲିକାରେ ୬୮ତମ ସ୍ଥାନ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking