30.1 C
Bhubaneswar
Sunday, June 30, 2024
Homeଦେଶ ବିଦେଶମହିଳା ସଂରକ୍ଷଣ ବିଲ୍ ଲୋକସଭାରେ ପାରିତ

ମହିଳା ସଂରକ୍ଷଣ ବିଲ୍ ଲୋକସଭାରେ ପାରିତ

ନୂଆଦିଲ୍ଲୀ : ମହିଳା ମାନଙ୍କୁ ବିଧାନସଭା ଓ ଲୋକସଭାରେ ସଂରକ୍ଷଣ ପ୍ରଦାନ କରୁଥିବା ‘ନାରୀ ଶକ୍ତି ବନ୍ଦନା ବିଲ୍‌’ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ସହ ଲୋକସଭାରେ ଗୃହୀତ ହୋଇଛି । ଏହି ବିଲର ସମର୍ଥନରେ ୪୫୪ଟି ଭୋଟ ପଡ଼ିଥିବାବେଳେ ବିପକ୍ଷରେ ମାତ୍ର ୨ଟି ଭୋଟ ପଡ଼ିଥିଲା । ଲୋକସଭାରେ ବିତର୍କ ପରେ ଏହି ବିଲ ପାଇଁ ଭୋଟ ଗ୍ରହଣ ହୋଇଥିଲା, ଭୋଟ ଗ୍ରହଣ ପରେ ବାଚସ୍ପତି ଓମ ବିରଲା ଫଳାଫଳ ଘୋଷଣା କରିଥିଲେ । ଏହି ବିଲଟି ମଙ୍ଗଳବାର ଦିନ ଲୋକସଭାରେ ଆଗତ ହୋଇଥିଲା ।

ଏହା ପୂର୍ବରୁ ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଉପରେ ବିତର୍କ ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ନାରୀ ଶକ୍ତି ବନ୍ଦନା ବିଲ୍ ବିଜେପି ଏବଂ ମୋଦୀଜୀଙ୍କ ପାଇଁ ରାଜନୈତିକ ଏଜେଣ୍ଡା ନୁହେଁ । ଗତକାଲିର ଦିନ ଭାରତୀୟ ସଂସଦ ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ । ଦୀର୍ଘ ବର୍ଷ ଧରି ବିଚାରାଧୀନ ଥିବା ମହିଳାଙ୍କୁ ଅଧିକାର ଦେବା ପାଇଁ ଗତକାଲି ଗୃହରେ ଏକ ବିଲ୍ ଆଗତ ହୋଇଥିଲା । ଓବିସି ସଚିବଙ୍କୁ ନେଇ ରାହୁଲ ଗାନ୍ଧିଙ୍କ ବୟାନ ଉପରେ ଅମିତ ଶାହ କହିଛନ୍ତି ଯେ କିଛି ଲୋକ ଭାବନ୍ତି ଯେ ଦେଶ ସଚିବଙ୍କ ଦ୍ୱାରା ପରିଚାଳିତ ହୁଏ, ଯେତେବେଳେ କି ଆମେ ବିଶ୍ୱାସ କରୁ ଯେ ଦେଶ ସରକାର ଚଳାଉଛି । ଅମିତ ଶାହ କହିଛନ୍ତି ଯେ ନିର୍ବାଚନ ପରେ ଉଭୟ ଜନଗଣନା ଓ ସୀମା ନିର୍ଦ୍ଧାରଣ ହେବ, ଖୁବ୍ ଶୀଘ୍ର ସମୟ ଆସିବ ଯେ ଏକ ତୃତୀୟାଂଶ ମା’ ଓ ଭଉଣୀ ସଂସଦ ଓ ବିଧାନସଭାକୁ ଆସିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking