33.1 C
Bhubaneswar
Monday, June 24, 2024
Homeଓଡିଶାମହିଳାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଲା ଦନ୍ତା

ମହିଳାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଲା ଦନ୍ତା

ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡରେ ଘଟିଛି ଅଭବନୀୟ ଘଟଣା ।ଦନ୍ତା ଆକ୍ରମଣରେ ମହିଳା ଗୁରୁତର । ଶୌଚ ହେବା ପାଇଁ ଯାଇଥିବା ସମୟରେ ଶୁଣ୍ଢରେ ଟେକି କଚାଡି ଦେଲା ଦନ୍ତା ହାତୀ । ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ମହିଳା। କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମୁକ୍ତାପଶି ଗାଁ ଅଙ୍ଗାରପାଟିଆ ନିକଟରେ ଦନ୍ତା ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳା ଜଣଙ୍କ ମୁକ୍ତାପଶି ଗାଁର ସରୋଜ ନାୟକଙ୍କ ସ୍ତ୍ରୀ ରଚନା ନାୟକ ବୋଲି ସୂଚନା ମିଳିଛି । ରଚନା ଶୌଚ ହେବା ପାଇଁ ଘର ପାଖ ଅଙ୍ଗାରପାଟିଆ ନିକଟକୁ ଯାଇଥିବା ବେଳେ ଦନ୍ତା ହାବୁଡ଼ରେ ପଡି ଯାଇଥିଲେ। ଦନ୍ତା ହାତୀଟି ତାଙ୍କୁ ଶୁଣ୍ଢ କଚାଡି ଦେଇଥିଲା। ତେବେ ତାଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ରଚନାଙ୍କର ଏକ ଦେଢ଼ ମାସର ଶିଶୁ ରହିଥିବା ଜଣାପଡିଛି। ଅନ୍ୟପଟେ ଖବର ପାଇ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର କୈଳାସ ଚନ୍ଦ୍ର ସାହୁ, ମୁକ୍ତାପଶି ଫରେଷ୍ଟର ପ୍ରଦୀପ୍ତ ଭଞ୍ଜ ପହଞ୍ଚି ରଚନାଙ୍କ ପରିବାର ଲୋକଙ୍କୁ ୫ହଜାର ଟଙ୍କା ଚିକିତ୍ସା ଖର୍ଚ୍ଚ ବାବଦକୁ ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking