29.1 C
Bhubaneswar
Friday, October 18, 2024
Homeଅପରାଧପ୍ରେମିକ ସହ ମିଶି ସ୍ୱାମୀଙ୍କୁ ମାରିଦେଲା ସ୍ତ୍ରୀ!

ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ମାରିଦେଲା ସ୍ତ୍ରୀ!

ରାୟଗଡ଼ା : ଢାବାରେ ଆରମ୍ଭ ହୋଇଥିବା ପ୍ରେମ ସମ୍ପର୍କ ବିବାହର ରୂପ ନେଇଥିଲା । ରୀତିନୀତିରେ ବାହା ହୋଇ ଘର ସଂସାର ଗଢ଼ିଥିଲେ । ଛୁଆର ମାଆ ମଧ୍ୟ ହୋଇଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ ଆଉ ଜଣଙ୍କ ପ୍ରେମରେ ପଡ଼ିଗଲେ । ଆଉ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ମାରିଦେଲେ । ଏପରି ହୃଦୟ ବିଦାରକ ଘଟଣା ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଘଟିଛି । ଗୁଣୁପୁର ଭୀମପୁର ଗାଁର ହେଉଛନ୍ତି ବିନୟ ପାଲ । ସେ ରାୟଗଡା ଟାଉନ୍‌?ର ସାଇପ୍ରିୟା ନଗରରେ ଥିବା ଏକ ଢାବାରେ କାମ କରୁଥିଲେ । ତୁମ୍ବିଗୁଡା ସ୍ଥିତ ଭଡାଘରେ ରହୁଥିଲେ । ଢ଼ାବାରେ କାମ କରୁଥିବା ବେଳେ ସୁନେତି ପାଲଙ୍କ ପ୍ରେମରେ ପଡ଼ିଥିଲେ । ପରବର୍ତ୍ତୀ ସମୟରେ ଉଭୟଙ୍କ ପ୍ରେମ ସମ୍ପର୍କ ବିବାହର ରୂପ ନେଇଥିଲା । ରୀତିନୀତି ଅନୁସାରେ ଉଭୟ ବିବାହ କରିଥିଲେ । ବିବାହ ପରେ ସ୍ୱାମୀଙ୍କ ସହିତ ସୁନେତି ରାୟଗଡ଼ା ପଳାଇ ଆସିଥିଲେ । ବେଶ ହସ ଖୁସିରେ ଚାଲିଥିଲା ସଂସାର । ଇତି ମଧ୍ୟରେ ଛୁଆର ବାପା-ମାଆ ମଧ୍ୟ ହୋଇଥିଲେ । ପ୍ରତିଦିନ ବିନୟ ଢାବାକୁ କାମ କରିବା ପାଇଁ ଯାଉଥିଲେ । ଆଉ ସୁନେତି ଘରେ ପିଲା ସହ ରହୁଥିଲେ । ଏହାରି ଭିତରେ ସୁନେତି ପ୍ରେମରେ ପଡ଼ିଥିଲେ ।

ସୋଶାଲ୍ ମିଡ଼ିଆ ଇନ୍‌ଷ୍ଟାଗ୍ରାମରେ ତାଙ୍କ ସହିତ ଜି.କାର୍ତ୍ତିକଙ୍କ ସହିତ ଚିହ୍ନା ପରିଚୟ ହୋଇଥିଲା । ତାଙ୍କ ସହିତ ଚାଟିଂ କରିଥିଲେ । ଚାଟିଂରେ ଭାବ ଦିଆନିଆ ହୋଇଥିଲେ । ଭାବ ଦିଆନିଆ ଭିତରେ ଉଭୟ ପ୍ରେମରେ ପଡ଼ିଥିଲେ । ସୁନେତିଙ୍କ ରୁପ ଯୌବନରେ ବାୟା ହୋଇଯାଇଥିଲେ ଜି.କାର୍ତ୍ତିକ । ବାହା ହେବା ପାଇଁ ପ୍ରସ୍ତାବ ଦେଇଥିଲେ । କାର୍ତ୍ତିକଙ୍କ ପ୍ରସ୍ତାବକୁ ସ୍ୱୀକୃତି ଦେଇଥିଲେ ସୁନେତି । ହେଲେ ପ୍ରେମର ପ୍ରତିବନ୍ଧକ ସାଜିଥିଲେ ବିନୟ । ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ସୁନେତି ଓ ଜି.କାର୍ତ୍ତିକ । ସେପରେ ପତ୍ନୀଙ୍କ ଚୋରା ପୀରତି ସମ୍ପର୍କରେ ସାମାନ୍ୟତମ ଖବର ପାଇନଥିଲେ ବିନୟ । ଗତ ୧୬ ତାରିଖ ରାତି ପ୍ରାୟ ୧୦ଟା ବେଳେ ବିନୟ ଢାବାରୁ କାମ ସାରି ଏକାକୀ ଫେରିଥିଲେ । ସାଇପ୍ରିୟା ନଗର ୯ ନମ୍ୱର ଲାଇନ୍ ଦେଇ ରୁମ୍‌କୁ ଫେରୁଥିବା ବେଳେ ବିନୟଙ୍କ ମୁଣ୍ଡକୁ ପଛ ପାର୍ଶ୍ୱରୁ ଏକ ଲୁହା ରଡ୍‌ରେ ପିଟି ଦେଇଥିଲେ ଜି.କାର୍ତ୍ତିକ । ତା’ପରେ କିଛି ନିଜ ଘରକୁ ଫେରି ଯାଇଥିଲେ କାର୍ତ୍ତିକ । ଏନେଇ ପ୍ରେମିକା ସୁନେତିଙ୍କୁ ସୂଚନା ମଧ୍ୟ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking