25.1 C
Bhubaneswar
Tuesday, September 16, 2025
Homeଦେଶ ବିଦେଶନିଜ ଝିଅର ପିଛାକରି ବିବ୍ରତ କରିଥିବା ମହିଳାଙ୍କୁ ୬ ମାସ ଜେଲ୍‌

ନିଜ ଝିଅର ପିଛାକରି ବିବ୍ରତ କରିଥିବା ମହିଳାଙ୍କୁ ୬ ମାସ ଜେଲ୍‌

ବ୍ୟୁରୋ : ପ୍ରାପ୍ତ-ବୟସ୍କା ଝିଅର ପିଛା କରି ତାକୁ ହଇରାଣ କରିଥିବା ଅପରାଧ‌ ପାଇଁ ଦକ୍ଷିଣ କୋରିଆର ଜଣେ ମହିଳାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୬ ମାସ ଜେଲ୍‌ ଦଣ୍ଡ ଦିଆଯିବା ସହିତ ଆଉ ୨ ବର୍ଷ ପର୍ଯ୍ୟବେକ୍ଷଣରେ ରଖିବାକୁ ଆଦେଶ ଦିଆଯାଇଥିବା କଥା ‘ଦି ଇଣ୍ଡିପେଣ୍ଡେଣ୍ଟ୍‌’ ରିପୋର୍ଟ କରିଛି। ଉକ୍ତ ମହିଳାଙ୍କ ନାମ ପ୍ରକାଶ କରାଯାଇ ନ ଥିଲେ ବି ତାଙ୍କର ବୟସ ୫୦ରୁ ଅଧିକ ହେବ। ୨୦୨୧ ଡିସେମ୍ବରରୁ ୨୦୨୨ ମେ ପର୍ଯ୍ୟନ୍ତ ମହିଳାଜଣକ ତାଙ୍କ ଝିଅ ପାଖକୁ ୩୦୬ଟି ଟେକ୍‌ଷ୍ଟ୍‌ ମେସେଜ୍‌ ଓ ୧୧୧ ଥର୍‌ ଫୋନ୍‌ କରିଥିଲେ ବୋଲି ‘ଦାଏଜିଓନ୍‌ ଡିଷ୍ଟ୍ରିକ୍ଟ୍‌ କୋର୍ଟ’ କାଗଜପତ୍ରରେ ଉଲ୍ଲେଖ କରାଯାଇଛି। ମହିଳାଜଣକ ପଠାଇ ଥିବା ପ୍ରାରମ୍ଭିକ ମେସେଜ୍‌ ସବୁ ‘ବାଇବେଲ୍‌’ ପଢ଼ିବା କିଂବା କେଉଁଠି ଅଛୁ ଭଳି ସ୍ବାଭାବିକ କଥା ଥିଲା। କିନ୍ତୁ, ଦୀର୍ଘ ଦିନ ଧରି ଝିଅ ପାଖରୁ କୌଣସି ପ୍ରତ୍ୟୁତ୍ତର ନ ପାଇବାରୁ ମାଆ ଝିଅର ଯୌନଜୀବନ ଉପରେ ଅରୁଚିକର ମନ୍ତବ୍ୟ ଦେଇ ମେସେଜ୍‌ କରିଥିଲେ। କେବଳ ସେତିକି ନୁହେଁ, ତା’ପରେ ଝିଅର ମାଆ ବା ସେ ମହିଳା ନିଜେ ଝିଅର ପିଛା କରିବା ସହିତ ଆଗରୁ ନ ଜଣାଇ ଅନେକ ଥର ତା’ ବାସଭବନରେ ପହଞ୍ଚିଥିଲେ। ଅନେକ ଥର ଲୁଚିଛପି ଝିଅ ଘର ଭିତରକୁ ଚାହିଁ ଥିଲେ। ଏ ସବୁ ନ କରିବାକୁ ପୁଲିସ ସତର୍କ କରିବା ସତ୍ତ୍ବେ ମହିଳାଜଣକ ଆହୁରି ୬ ଥର ଝିଅ ଘରକୁ ଯାଇଥିଲେ। କିନ୍ତୁ, ଜାଣିଶୁଣି ସେ ଏ ଭଳି କରି ନାହାନ୍ତି ବୋଲି ଯୁକ୍ତି ବାଢ଼ିବା ଥିଲେ ବି ଅଦାଲତ ତାଙ୍କ ଯୁକ୍ତି ସ୍ବୀକାର କରି ନ ଥିଲେ।ତେଣୁ, ଅଦାଲତ ତାଙ୍କୁ ୬ ମାସ ଜେଲ୍‌ ପଠାଇବା ସହିତ ୪୦ ଘଣ୍ଟିଆ ‘ଆଣ୍ଟି-ଷ୍ଟକିଙ୍ଗ୍‌’ ଶିକ୍ଷା ଶେଷ କରିବାକୁ ଆଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking