27.1 C
Bhubaneswar
Sunday, September 8, 2024
Homeଓଡିଶାଶୌଚାଳୟରେ ପ୍ରସବ କଲେ ମହିଳା, ଏମ୍‌କେସିଜିରେ ପହଞ୍ଚିବା ପରେ ଚିକିତ୍ସା ନକରି ଫେରିଗଲେ

ଶୌଚାଳୟରେ ପ୍ରସବ କଲେ ମହିଳା, ଏମ୍‌କେସିଜିରେ ପହଞ୍ଚିବା ପରେ ଚିକିତ୍ସା ନକରି ଫେରିଗଲେ

ବ୍ରହ୍ମପୁର: ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ସ୍ଥିତ ସୁଲଭ ସୌଚାଳୟରେ ଜଣେ ମହିଳା ପ୍ରସବ ଘଟଣା ଏବେ ସହରରେ ଚର୍ଚ୍ଚା ପାଲଟିଛି । ମହିଳା ଜଣଙ୍କ ଶନିବାର ଉକ୍ତ ସ୍ଥାନରେ ଏକ ଶିଶୁ ପୁତ୍ର ଜନ୍ମ ଜନ୍ମ ଦେଇଥିଲେ । ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ୧୦୮ ଆମ୍ବୁଲାନ୍ସରେ ପ୍ରସୂତି ମହିଳାଙ୍କୁ ଏମ୍‌କେସିଜିକୁ ଉତ୍ତମ ଚିକିତ୍ସା ନିମନ୍ତେ ପଠାଇଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ ମହିଳା ନାନଙ୍କ ନିଜ ନବଜାତ ଶିଶୁ ପୁତ୍ରକୁ ନେଇ ସେଠାରେ ପହଞ୍ଚିବା ମାତ୍ରେ ହିଁ ସେ ନିଜ ଶିଶୁକୁ ନେଇ କେଉଁ ଆଡ଼େ ପଳାଇଥିଲେ । ସେ ବର୍ତ୍ତମାନ ସୁସ୍ଥ ରହିଛନ୍ତି ଏବଂ ତାଙ୍କୁ ଚିକିତ୍ସାର କୌଣସି ଆବଶ୍ୟକତା ନାହିଁ । ଏଭଳି ପ୍ରସୂତି ମହିଳା ଜଣଙ୍କ ମେଡ଼ିକାଲରେ କର୍ଯ୍ୟରତ ଡାକ୍ତରଙ୍କୁ କହି ସେଠାରୁ ପଳାଇଥିବା ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରେ ଉପସ୍ଥିତଥିବା ସୁରକ୍ଷାକର୍ମୀମାନେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଆଜି ସନ୍ଧ୍ୟା ୭ ସମୟରେ ଜଣେ ମହିଳା ରିକ୍ସାରେ ପୁରୁଣା ବସଷ୍ଟାର୍ଡ ଦେଇ ଯାଉଥିଲେ । ତାଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ନିକଟରେ ଥିବା ସୌଚାଳୟ ଭିତରକୁ ପଶିଯାଇଥିଲେ । ସେଠାରେ କିଛି ମହିଳା ତାଙ୍କର ପ୍ରସବ କରାଇଥିବା ବେଳେ ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ଏହା ପରେ ମହିଳା ଜଣଙ୍କ ଉକ୍ତ ଶିଶୁଙ୍କୁ ଗ୍ରହଣ କରିବାକୁ ରାଜି ନଥିଲେ । ଏହି ଶିଶୁ ମୋତେ ଦରକାର ନାହିଁ, କେହି ଏହାକୁ ନେଇଯାଅ ବୋଲି ସେଠାରେ ପାଟି କରି କହିଥିଲେ । ଏହା ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ବୁଝାଇ ହସ୍ପିଟାଲ ଯିବାକୁ ରାଜି କରାଇ ୧୦୮ ଆମ୍ବୁଲାନ୍ସକୁ ଡ଼କାଇଥିଲେ । ଛୁଆ ଜନ୍ମ କରିବା ପରେ ମହିଳା ଜଣଙ୍କ ରକ୍ତସ୍ରାବ ହେଉଥିବା ଅବସ୍ଥାରେ ଦୁଇ ଜଣ ସ୍ଥାନୀୟ ଲୋକଙ୍କ ସହ ଆମ୍ବୁଲାନ୍ସରେ ଏମ୍‌କେସିଜିର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗକୁ ଯାଇଥିଲେ ।

ଏହି ଘଟଣାକୁ ନେଇ ୧୦୮ ଆମ୍ବୁଲାନ୍ସର ଗଞ୍ଜାମ କଷ୍ଟର ମୁଖ୍ୟ ଅଚ୍ୟୁତ ପଟ୍ଟନାୟକ ପଚାରିବାରୁ ସେ କହିଛନ୍ତି, ସୌଚାଳରେ ମହିଳାଙ୍କ ପ୍ରସବ ନେଇ ଫୋନ ଆସିଥିଲା । ସେଠାରୁ ତାଙ୍କୁ ଉଦ୍ଧାର କରି ଏମ୍‌କେସିଜି ଅଣାଯାଇଥିଲା । ଡାକ୍ତରଙ୍କ ଉପସ୍ଥିତିରେ ସେ ଚିକିତ୍ସା ହେବାକୁ ମନା କରି ଚାଲି ଯାଇଥିଲେ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ମେଡିକାଲ ଓ ଶୌଚାଳୟର ନିକଟରେ ଉପସ୍ଥିତଥିବା ଲୋକଙ୍କ କହିବା ପ୍ରକାରେ ମହିଳା ଜଣକ ଶିଶୁକୁ ରଖିବାକୁ ଚାହୁଁନଥିଲେ । ପ୍ରସବ ଯନ୍ତ୍ରଣା ଯୋଗୁଁ ଏଭଳି କହୁଥିଲେ ନା ଆଉ କୋଉଁ କାରଣରୁ ଏଭଳି କହୁଥିଲେ କିଛି ସ୍ପଷ୍ଟ ହୋଇପାରୁ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking