ଯାଜପୁର : ଅଳ୍ପକେ ବର୍ତ୍ତିଲା ଜୀବନ। ବିରାଟକାୟ କୁମ୍ଭୀର ମୁହଁରୁ ଅଳ୍ପକେ ରକ୍ଷା ପାଇଛନ୍ତି ମହିଳା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ କୃପାସିନ୍ଧୁ ହାଇସ୍କୁଲ ନିକଟ ଖରସ୍ରୋତା ନଦୀରେ।ସୂଚନା ମୁତାବକ ଗତକାଲି କିଛି ମହିଳା ନଦୀକୁ ଗାଧୋଇବାକୁ ଆସିଥିବା ବେଳେ ହଠାତ ପଛପଟୁ ଏକ ବିରାଟକାୟ କୁମ୍ଭୀର ଆକ୍ରମଣ କରିଥିଲା । ଆଉ ମହିଳା ଜଣଙ୍କ ଚିତ୍କାର କରିବା ପରେ ଦୁଇ ଯୁବକ ତାଙ୍କୁ ଉପରକୁ ଟାଣି ଆଣିଥିଲେ । ଫଳରେ କୁମ୍ଭୀର ମୁହଁରୁ ଅଳ୍ପକେ ବଞ୍ଚିଯାଇଛନ୍ତି ମହିଳା । ନଦୀରେ କୁମ୍ଭୀର ଥିବା ଜଣାପଡିବା ପରେ ଗାଁଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍କୋଡ ପ୍ରସଙ୍ଗ: ଛତିଶାନିଯୋଗ, ହୋଟେଲ ସଂଘର ସହଯୋଗ ଲୋଡ଼ିଲା ପ୍ରଶାସନ