26.1 C
Bhubaneswar
Tuesday, September 17, 2024
Homeଓଡିଶାଘର ଅଳିଆ ଝାଡିବାକୁ ନେଇ ସ୍ୱାମୀର କାନ କାମୁଡି ଚିଣ୍ଡାଇଦେଲା ସ୍ତ୍ରୀ

ଘର ଅଳିଆ ଝାଡିବାକୁ ନେଇ ସ୍ୱାମୀର କାନ କାମୁଡି ଚିଣ୍ଡାଇଦେଲା ସ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀର ସୁଲତାନୀପୁରୀ ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା । ଘର ଝଡା ଅଳିଆକୁ ନେଇ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଝଗଡା ହେବା ପରେ ରାଗରେ ସ୍ୱାମୀଙ୍କ କାନକୁ କାମୁଡି ଦେଇଥିଲା ସ୍ତ୍ରୀ । ମହିଳା ଜଣକ ବ୍ୟକ୍ତିଙ୍କ ଡାହାଣ କାନକୁ ଏମିତି କାମୁଡିଥିଲେ ଯେ, କାନ ସଂପୂର୍ଣ୍ଣ ଭାବେ ଚିଣ୍ଡିଯାଇଥିଲା । ଏହାପରେ ପୀଡିତ ସ୍ୱାମୀ ସର୍ଜରୀ କରାଇବା ପରେ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।

ଖବର ମୁତାବକ, ଘର ସଫା କରିବାକୁ ନେଇ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଏହାପରେ କଥା କଥାରେ ଝଗଡା ବଢିଯାଇଥିଲା । ଫଳରେ ସ୍ତ୍ରୀ ସ୍ୱାମୀଙ୍କୁ ଘର ବିକିବାକୁ କହିଥିଲେ ଏବଂ ତାଙ୍କ ଭାଗ ଦେବାକୁ କହିଥିଲେ । ଘରର ଭାଗ ନେଇ ପିଲାମାନଙ୍କ ସହିତ ଅଲଗା ରହିବାକୁ କହିଥିଲେ । ପତ୍ନୀଙ୍କ ଏମିତି କଥାରେ ବିଚଳିତ ହୋଇ ସ୍ୱାମୀ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ପତ୍ନୀ ବୁଝିବାକୁ ଅରାଜି ଥିଲେ ।

ଏହାପରେ ପତ୍ନୀ ଜଣକ ସ୍ୱାମୀଙ୍କୁ ମାରିବାକୁ ଚେଷ୍ଟା କରିଥିଲେ । ଆଉ ନିଜ ରକ୍ଷା କରି ସ୍ୱାମୀ ପତ୍ନୀଙ୍କୁ ଧକ୍କା ଦେଇଥିଲେ । ଏହାପରେ ପରେ ସ୍ୱାମୀ ଘରୁ ଯିବା ସମୟରେ ପତ୍ନୀ ଜଣକ ତାଙ୍କୁ ପଛରୁ ଧରି କାନକୁ କାମୁଡି ଦେଇଥିଲେ । ମହିଳା ଜଣକ ଏତେ ଜୋରରେ କାନ କାମୁଡିଥିଲେ ଯେ, ବ୍ୟକ୍ତିଙ୍କୁ କାନ ସର୍ଜରୀ କରିବାକୁ ପଡିଲା । ସ୍ଥାନୀ ହସପିଟାଲରେ କାନ ସର୍ଜରୀ କରିବା ପରେ ପୀଡିତ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ନିକଟରେ ମାମଲା ରୁଜୁ ହେବା ପରେ ଯାଞ୍ଚ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking