27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶପତ୍ନୀ ଚାରିଥର ଗର୍ଭବତୀ ହେବାରୁ ସ୍ୱାମୀଙ୍କ ଚାକିରି ଗଲା....

ପତ୍ନୀ ଚାରିଥର ଗର୍ଭବତୀ ହେବାରୁ ସ୍ୱାମୀଙ୍କ ଚାକିରି ଗଲା….

ନୂଆଦିଲ୍ଲୀ:ଛତିଶଗଡ ବାଲୋଦରୁ ଏକ ବିଚିତ୍ର ଖବର ସାମ୍ନାକୁ ଆସିଛି । ଜଣେ କନଷ୍ଟେବଳଙ୍କ ପତ୍ନୀ ଚାରିଥର ଗର୍ଭବତୀ ହେବାରୁ ତାଙ୍କୁ ଚାକିରୀରୁ ନିଲମ୍ବିତ କରି ଦିଆଯାଇଛି । ଏହି କନଷ୍ଟେବଳଙ୍କର ପୂର୍ବରୁ ୩ଟି କନ୍ୟା ଥିଲେ । ଏକ ପୁଅ ଆଶାରେ ପତ୍ନୀ ୪ର୍ଥ ଥର ଗର୍ଭବତୀ ହୋଇଥିଲେ । ଏହାପରେ ଦଣ୍ଡ ସ୍ୱରୂପ କନଷ୍ଟେବଳଙ୍କୁ ଚାକିରୀରୁ ନିଲମ୍ବିତ କରି ଦିଆଯାଇଛି । ଏହିପରି ଅନ୍ୟ ଦୁଇଟି ମାମଲାରେ ମଧ୍ୟ ଯାଞ୍ଚ ପରେ ଦୁଇଜଣ ହେଡ୍ କନଷ୍ଟେବଳଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଅଧିକାରୀଙ୍କ ମତ କନଷ୍ଟେବଳ ରାଷ୍ଟ୍ରୀୟ ଜନସଂଖ୍ୟା ନୀତି ଆଇନର ଉଲଙ୍ଘନ କରିଛନ୍ତି । ଘଟଣାଟି ହେଉଛି ସମବାୟ କ୍ୟାମ୍ପ ନଗରୀରେ ନିୟୋଜିତ କନଷ୍ଟେବଳ ପ୍ରହଲ୍ଲାଦ ସିଂହ ଜୁନ୍ ୨୩ରେ ଧନୋରା ସ୍ଥିତ ଛତିଶଗଡ ସଶସ୍ତ୍ର ବଳ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରୁ ସେ ନିଜ ଦରମା ଆଣିବାର ଥିଲା ।

ଏହା ସହିତ ସେ ପତ୍ନୀର ଡେଲିଭରୀ ଲାଗି ୮ ଦିନ ଛୁଟୀ ଦରଖାସ୍ତ ଦେଇଥିଲେ । ଏହି ସମୟରେ ତାଙ୍କୁ ଅଧିକାରୀ ପଚାରିଥିଲେ ଯେ ତାଙ୍କର ପୂର୍ବରୁ କେତୋଟି ସନ୍ତାନ ରହିଛନ୍ତି । ସେ ୩ ଟି ସନ୍ତାନ ଅଛି ଓ ତାଙ୍କ ପତ୍ନୀ ୪ର୍ଥ ଥର ଗର୍ଭବତୀ ହୋଇଛନ୍ତି ବୋଲି କହିଥିଲେ । ଏହାପରେ ବାଟାଲିୟନ ଅଧିକାରୀ ଡି.ଆର୍‌. ଆଞ୍ଚଲା ରାଷ୍ଟ୍ରୀୟ ଜନସଂଖ୍ୟା ନୀତି ଓ ଅନ୍ୟ ଆଇନର ଉଲଙ୍ଘନ ହୋଇଥିବା ଅଭିଯୋଗରେ କନଷ୍ଟେବଳଙ୍କୁ ନିଲମ୍ବିତ କରି ଦେଇଥିଲେ । ବାଟାଲିୟନ ଅଧିକାରୀ ଡି.ଆ.ର୍ ଆଞ୍ଚଲା କହିଛନ୍ତି ହ୍ୟାଣ୍ଡବୁକ୍ ୨୦୨୩ରେ ରହିଥିବା ଛତିଶଗଡ ସିଭିଲ ସେବା ନିୟମ ୧୯୬୧ ଆଧାରରେ ଦୁଇରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ପ୍ରଶାସନିକ ଚାକିରି ପାଇଁ ଅଯୋଗ୍ୟ ହୋଇଥାଏ । ଏହି ନିୟମ ଆଧାରରେ କନଷ୍ଟେବଳ ପ୍ରହଲ୍ଲାଦ ସିଂହଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି ଓ ସେବା ପୁସ୍ତିକା ଯାଞ୍ଚ ପରେ ଅନ୍ୟ ୨ ଜଣ ହେଡ୍ କନଷ୍ଟେବଳଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking