28.1 C
Bhubaneswar
Thursday, June 5, 2025
Homeଦେଶ ବିଦେଶସ୍ୱାମୀ, ପୁଅକୁ ଛାଡ଼ି ଅନ୍ୟ ଜଣଙ୍କ ସହ ସ୍ତ୍ରୀ ଫେରାର ଆଉ ତାପରେ ହେଲା କିଛି...

ସ୍ୱାମୀ, ପୁଅକୁ ଛାଡ଼ି ଅନ୍ୟ ଜଣଙ୍କ ସହ ସ୍ତ୍ରୀ ଫେରାର ଆଉ ତାପରେ ହେଲା କିଛି ଏପରି….

ନୂଆଦିଲ୍ଲୀ: ବାପା ନା ରାକ୍ଷସ ! ନିଜ ଜନ୍ମ କଲା ପୁଅକୁ ହତ୍ୟା କରି ଟାଙ୍ଗି ଦେଲା ପିଶାଚ ବାପା। ପରକୀୟା ପ୍ରୀତି ପାଇଁ ସ୍ତ୍ରୀ ଅନ୍ୟ ଜଣେ ସହ ଫେରାର ହୋଇଯିବାରୁ ବ୍ୟକ୍ତି ଜଣକ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ରାଉରକେଲା ଉଦିତନଗର ଥାନା ଅନ୍ତର୍ଗତ ଶୀତଳପଡ଼ା ବସ୍ତିରେ ଗତକାଲି ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଶୀତଳପଡ଼ା ବସ୍ତିର ଜଣେ ବ୍ୟକ୍ତି ନିଜର ୫ ବର୍ଷର ଶିଶୁପୁତ୍ରକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରକୀୟା ପ୍ରୀତି ପାଇଁ ସ୍ତ୍ରୀ ଘର ଛାଡ଼ି ଅନ୍ୟ ଜଣେ ସହ ଫେରାର ହୋଇଯାଇଛନ୍ତି। ଯାହାକୁ ନେଇ ସେ ଟେନ୍‌ସନ୍‌ରେ ରହୁଥିଲେ। ଏହି କାରଣରୁ ସ୍ତ୍ରୀର ରାଗ ସେ ପୁଅ ଉପରେ ସାରିଥିବା କୁହାଯାଉଛି। ସମ୍ପୃକ୍ତ ବ୍ୟକ୍ତି ପୁଅକୁ ହତ୍ୟା କରି ଟାଙ୍ଗି ଦେଇଥିବା ଜଣାପଡ଼ିଛି।  ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ପୋଲିସ୍‌ ଅଟକ ରଖି ପଚରାଉଚରା ଚଳାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking