26.1 C
Bhubaneswar
Wednesday, February 26, 2025
Homeଅପରାଧସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ରାଉରକେଲା: ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ। ରାଉରକେଲାର ଦେଓଗାଁ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ସ୍ଵାମୀକୁ ପୋଲିସ ଅଟକ ରଖିଛି।

ସୂଚନାନୁଯାୟୀ, ରାଉରକେଲାର ଦେଓଗାଁ ଅଞ୍ଚଳରେ ରବିବାର ବିଳମ୍ଵିତ ରାତିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ଜୀବନ ଚାଲିଯାଇଛି। ପ୍ରତିଦିନ ସନ୍ଧ୍ୟାରେ ସ୍ଵାମୀ ମଦ୍ୟପାନ କରି ଘରକୁ ଫେରି ସ୍ତ୍ରୀ ସହ ଝଗଡ଼ା କରନ୍ତି। ରବିବାର ସନ୍ଧ୍ୟାରେ ମଧ୍ୟ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ବିଳମ୍ଵିତ ରାତିରେ ସ୍ଵାମୀ ଏକ ଟାଙ୍ଗିଆ ସାହାଯ୍ୟରେ ସ୍ତ୍ରୀର ବେକକୁ ଚୋଟ ପକାଇ ଦେଇଥିଲା। ଫଳରେ ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ ଘଟିଛି। ସୋମବାର ସକାଳେ ଘଟଣା ପ୍ରଘଟ ହେବାରୁ ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଅଭିଯୁକ୍ତ ସ୍ଵାମୀକୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking