29.1 C
Bhubaneswar
Wednesday, April 23, 2025
Homeଓଡିଶାପୋଷା ଶୂଆର ମୃତ୍ୟୁପରେ କାନ୍ଦିଲା ପୁରା ପରିବାର, ଅନ୍ତ୍ୟେଷ୍ଟି କ୍ରିୟାରେ ଦେଲେ ବ୍ରାହ୍ମଣ ଭୋଜନ

ପୋଷା ଶୂଆର ମୃତ୍ୟୁପରେ କାନ୍ଦିଲା ପୁରା ପରିବାର, ଅନ୍ତ୍ୟେଷ୍ଟି କ୍ରିୟାରେ ଦେଲେ ବ୍ରାହ୍ମଣ ଭୋଜନ

ପୁରୀ: ଆଜିକାଲି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ପକ୍ଷୀକୁ ଘରେ ରଖି ପରିବାର ସଦସ୍ୟ ଭଳି ବି ସ୍ନେହ କରନ୍ତି। ଆଉ ଯଦି ସେହି ପକ୍ଷୀର ଅକସ୍ମାତ ମୃତ୍ୟୁ ଘଟେ ତେବେ ଦୁଃଖରେ ବୁଡ଼ିଯାଏ ସେହି ପରିବାର। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ସିଦ୍ଧମହାବୀର ସତ୍ୟନଗରରେ। ଘରେ ପାଳିଥିବା ଶୁଆ ମୃତ୍ୟୁରେ ପରିବାର ଆଖିରୁ ଲୁହ ଝରିଛି। କେବଳ ଏତିକି ନୁହେଁ ତାକୁ ସମାଧି ଦେବା ସହ ତା’ର ଅନ୍ତ୍ୟେଷ୍ଟି କ୍ରିୟା ମଧ୍ୟ କରିଛନ୍ତି। ଏକାଦଶାହରେ ବନ୍ଧୁବାନ୍ଧବଙ୍କୁ ଡାକିଛନ୍ତି ଓ ବ୍ରାହ୍ମଣ ଭୋଜନ ଦେଇଛନ୍ତି।
ସୂଚନା ଅନୁସାରେ, ସିଦ୍ଧମହାବୀର ସତ୍ୟନଗରରେ ରହୁଥିବା ନୃସିଂହ ଚରଣ ସ୍ୱାଇଁ ପେସାରେ ଜଣେ ବସ୍ ଡ୍ରାଇଭର। ସେ କଟକ-ପୁରୀ ବସ୍ ଚଳାଚଳ କରନ୍ତି। ୨୦୦୮ ମସିହା ଫେବୃୟାରୀ ୭ ତାରିଖ ସକାଳେ କଟକ ପାଲାମଣ୍ଡପସ୍ଥିତ ପୁରୀ ବସ୍ଷ୍ଟାଣ୍ଡ ପାଖ ଏକ ବରଗଛ ମୂଳରୁ ସଦ୍ୟଜାତ ଶୁଆଟିକୁ ପାଇ ଘରକୁ ନେଇ ଆସିଲେ। ସେବେଠାରୁ ପରିବାର ସଦସ୍ୟ ପାଲଟି ଯାଇଥିଲା ଶୁଆଟି। ସମସ୍ତେ ତାକୁ ଶ୍ରଦ୍ଧାରେ ମିଟୁ ବୋଲି ଡାକୁଥିଲେ। ସେ ବି ଧୀରେ ଧୀରେ କଥା କହିବା ଆରମ୍ଭ କଲା। ନୃସିଂହ ଚରଣଙ୍କୁ ମାମୁ, ତାଙ୍କ ପତ୍ନୀଙ୍କୁ ମାଇଁ ଏବଂ ତାଙ୍କ ପୁଅଝିଅଙ୍କୁ ମଧ୍ୟ ସ୍ପଷ୍ଟ ଭାବେ ଡାକିଥାଏ। ଆଉ କେହି ଯଦି ନୃସିଂହଙ୍କୁ ମାମୁଁ ଡାକିଦିଏ ପକ୍ଷୀ ହୋଇ ମଧ୍ୟ ମିଟୁ କଳି କରେ। ଏମିତି ଭଲପାଇବା ଭିତରେ ଗତ ୧୩ ତାରିଖ ରାତି ପ୍ରାୟ ସାଢେ ୯ଟାରେ ମିଟୁର ଆକସ୍ମିକ ମୃତ୍ୟୁ ଘଟିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking