30.1 C
Bhubaneswar
Saturday, September 28, 2024
Homeଓଡିଶାକାନ୍ଥ ଭୁଶୁଡି ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

କାନ୍ଥ ଭୁଶୁଡି ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ କରଣପଲି ଗ୍ରାମରେ ଏକ ଅଭାବନୀୟ ପରିସ୍ଥିତିରେ ସ୍ୱାମୀ ମାଟି କାନ୍ଥ ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ବେଳେ ସ୍ତ୍ରୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସୂଚନା ଅନୁଯାଇ ଧାମରା ଅଞ୍ଚଳର କରଣପଲ୍ଲୀ ଗ୍ରାମରେ ଏକା କଚା ଘରେ ବସବାସ କରୁଥିବା କୁମୁଦ ମଣ୍ଡଳଙ୍କ ଘରେ ଗତକାଲିର ଅବିଶ୍ରାନ୍ତ ବର୍ଷାରେ ପାଣି ଜମି ହୋଇ ରହିଥିଲା।

ଏହି ବର୍ଷା ପାଣିକୁ ନିଷ୍କାସନ କରିବା ପାଇଁ କୁମୁଦ ଏବଂ ତାଙ୍କ ସ୍ତ୍ରୀ ନିହାରିକା ପାଣି ବୋହୁଥିବା ସମୟରେ ସେହି କଚା ଘରର କାନ୍ଥ ଭୁଶୁଡି ପଡିଥିଲା। କାନ୍ଥ ତଳେ ସ୍ୱାମୀ ଏବଂ ସ୍ତ୍ରୀ ଚାପି ହୋଇ ରହିଯାଇଥିଲେ, ଖବର ପାଇ ପଡୋଶୀ ମାନେ ଆସି ସେମାନଙ୍କୁ ମାଟି କାଢି ଉଦ୍ଧାର କରିଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ପ୍ରଥମେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ, ସେଠାରେ ଡାକ୍ତର କୁମୁଦଙ୍କୁ ମୃତ୍ୟୁ ଘୋଷଣା ହୋଇଥିବା ବେଳେ ଗୁରୁତର ଥିବା କୁମୁଦଙ୍କ ସ୍ତ୍ରୀ ନିହାରିକାଙ୍କୁ ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠା ଯାଇଛି। ବର୍ତମାନ ନିହାରିକା ଭଦ୍ରକର ଜିଲ୍ଲା ମୁଖ୍ୟ ଡାକ୍ତର ଖନାରେ ଚିକିତ୍ସାଧିନ ଥିବା ଜଣା ପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking