27.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶପୁଅର ଭୁଲ୍ ପାଇଁ ବାପା-ମା’ଙ୍କୁ ଦଣ୍ଡ ଦେଲେ ଗାଁ ଲୋକ

ପୁଅର ଭୁଲ୍ ପାଇଁ ବାପା-ମା’ଙ୍କୁ ଦଣ୍ଡ ଦେଲେ ଗାଁ ଲୋକ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଅଶୋକ ନଗର ଜିଲ୍ଲାରେ ଜଣେ ବୃଦ୍ଧ ଦଳିତ ଦମ୍ପତିଙ୍କୁ ମାଡ଼ ମାରିବା ସହ ଜୋତାମାଳ ପିନ୍ଧାଇବା ଅଭିଯୋଗ ହୋଇଛି । ରବିବାର ପୋଲିସ ଏହି ସୂଚନା ଦେଇଛି । ପୁଲିସ କହିଛି ଯେ ପୀଡ଼ିତା ଦମ୍ପତିଙ୍କ ପୁଅ ଏକ ଅସଦାଚରଣ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ପ୍ରଶାସନର ସୂଚନା ଅନୁଯାୟୀ, ମୁଙ୍ଗୋଲି ଥାନା ଅନ୍ତର୍ଗତ କିଲୋରା ଗ୍ରାମରେ ଶୁକ୍ରବାର ଏହି ଘଟଣା ଘଟିଛି । ଅଭିଯୁକ୍ତକୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ପୁଲିସ କହିଛି ।

ଏହି ଅସଦାଚରଣ ଓ ନିର୍ଯାତନା ମାମଲାରେ ସମୁଦାୟ ୧୦ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ସମସ୍ତେ ଫେରାର ଅଛନ୍ତି । ମୁଙ୍ଗୋଲି ଥାନା ଅଧିକାରୀ ଗବ୍ୱର ସିଂହ ଗୁର୍ଜର କହିଛନ୍ତି ଯେ ଏହି ଦମ୍ପତିଙ୍କ ପୁଅ ଜଣେ ଅଭିଯୁକ୍ତଙ୍କ ପତ୍ନୀଙ୍କୁ ଅସଦାଚରଣ କରିବାରେ ସମ୍ପୃକ୍ତ ଥିଲା । ଏହି ଘଟଣା ପରେ ଦଳିତ ପରିବାର ଗାଁ ଛାଡ଼ି ଚାଲିଯାଇଥିଲେ । ନିକଟରେ ଏହି ଦମ୍ପତି ଗାଁକୁ ଆସିଥିଲେ । ତାଙ୍କୁ ଖୁଣ୍ଟରେ ବାନ୍ଧି ଏହି ଦଫାରେ ମାମଲା ରୁଜୁ କରାଯାଇଛି । ଶୁକ୍ରବାର ଅଭିଯୁକ୍ତମାନେ ଜଣେ ୬୫ ବର୍ଷୀୟ ଦଳିତ ବ୍ୟକ୍ତି ଓ ତାଙ୍କ ୬୦ ବର୍ଷୀୟା ପତ୍ନୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ସହ ଜୋତାମାଳ ପିନ୍ଧାଇଥିବା ଅଭିଯୋଗ ହୋଇଛି । ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଶନିବାର ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking