26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶନୂଆ ସଂସଦ ଭବନରେ ଜାତୀୟ ପତାକା ଉତ୍ତୋଳନ କଲେ ଉପରାଷ୍ଟ୍ରପତି

ନୂଆ ସଂସଦ ଭବନରେ ଜାତୀୟ ପତାକା ଉତ୍ତୋଳନ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ରବିବାର ନୂଆ ସଂସଦ ଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଉପସ୍ଥିତିରେ ସେ ନୂଆ ସଂସଦ ଭବନର ‘ଗଜ ଦ୍ୱାର’ ଉପରେ ପତାକା ଉତ୍ତୋଳନ କରିଛନ୍ତି। ଉଭୟ ବିଶ୍ୱକର୍ମା ପୂଜା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହା ପୂର୍ବରୁ ସିଆରପିଏଫର ପାର୍ଲାମେଣ୍ଟ ଡ୍ୟୁଟି ଗ୍ରୁପ ପକ୍ଷରୁ ଧନଖଡ଼ ଓ ବିର୍ଲାଙ୍କୁ ଅଲଗା ଅଲଗା ଗାର୍ଡ ଅଫ ଅନର ଦିଆଯାଇଥିଲା।

ସେପ୍ଟେମ୍ବର 18ରୁ ଆରମ୍ଭ ହେବାକୁ ଥିବା 5 ଦିନିଆ ସ୍ୱତନ୍ତ୍ର ସଂସଦ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଏହି ପତାକା ଉତ୍ତୋଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନ ସଂସଦୀୟ ପ୍ରକ୍ରିୟାକୁ ପୁରୁଣା କୋଠାରୁ ନୂଆ କୋଠାକୁ ପରିବର୍ତ୍ତନ କରିବାର ପ୍ରତୀକ ହେବ ବୋଲି ଆଶା କରାଯାଉଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, କେନ୍ଦ୍ର ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘାଓ୍ୱାଲ ଏବଂ ଲୋକସଭା ଓ ରାଜ୍ୟସଭାର ବିଭିନ୍ନ ଦଳର ନେତାମାନେ ଏହି ଅବସରରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking