16.1 C
Bhubaneswar
Tuesday, January 7, 2025
Homeଋଷିଆ-ୟୁକ୍ରେନ୍ ଯୁଦ୍ଧୟୁକ୍ରେନ୍‌କୁ ଏଫ୍‌-୧୬ ଦେବନି ଆମେରିକା

ୟୁକ୍ରେନ୍‌କୁ ଏଫ୍‌-୧୬ ଦେବନି ଆମେରିକା

ୱାଶିଂଟନ୍ : ରୁଷ୍ ସହିତ ଲଢ଼ିବା ପାଇଁ ଆମେରିକା ନିଜର ଏଫ୍‌-୧୬ ୟୁକ୍ରେନ୍‌କୁ ଦେବନାହିଁ । ସୋମବାର ଏକ ପ୍ରେସ୍ କନ୍‌ଫରେନ୍ସରେ ରାଷ୍ଟ୍ରପତି ଜୋ ବାଇଡେନ୍ ୟୁକ୍ରେନ୍‌ର ଏହି ଦାବିକୁ ଖାରଜ କରିଦେଇଛନ୍ତି । ୟୁକ୍ରେନ୍‌କୁ ଏଫ୍‌-୧୬ ଦିଆଯିବା ନାହିଁ ବୋଲି ବାଇଡେନ୍ ଏକ ପ୍ରଶ୍ନର ଉତ୍ତରରେ ସିଧା ମନା କରିଦେଇଛନ୍ତି । ବାଇଡେନ୍‌ଙ୍କ ପୂର୍ବରୁ ଜର୍ମାନୀ ମଧ୍ୟ ନିଜର ଫାଇଟର୍ ପ୍ଲେନ୍ ୟୁକ୍ରେନ୍ ପଠାଇବାକୁ ସ୍ପଷ୍ଟ ଭାବେ ମନା କରିଦେଇଥିଲା । ଏହି ନିଷ୍ପତ୍ତି କାରଣରୁ ୟୁକ୍ରେନ୍‌କୁ ବହୁ ନିରାଶ ହୋଇଛି । ଗତ ସପ୍ତାହରେ ଲେପର୍ଡ ଟ୍ୟାଙ୍କ୍ ମିଳିବା ପରେ ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରୀ ଫାଇଟର୍ ଜେଟ୍ ମାଗିଥିଲେ । ରୁଷ-ୟୁକ୍ରେନ୍ ଯୁଦ୍ଧର ଗତି ବଦଳାଇବା ନିମନ୍ତେ ଆମେରିକା ଏବଂ ପଶ୍ଚିମ ଦେଶ ସହିତ ମିଳିତ ଭାବେ ଏକ ଫାଇଟର୍ ଜେଟ୍ ମେଣ୍ଟ୍ ଗଠନ ପାଇଁ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking