25.1 C
Bhubaneswar
Monday, January 13, 2025
Homeଦେଶ ବିଦେଶପଦାରେ ପଡିଲା ୟୁପି ପ୍ରଶାସନର ଅବ୍ୟବସ୍ଥା; ଭଉଣୀର ମୃତଦେହକୁ ୫କି.ମି ଯାଏ କାନ୍ଧରେ ବୋହିଲେ ଦୁଇ...

ପଦାରେ ପଡିଲା ୟୁପି ପ୍ରଶାସନର ଅବ୍ୟବସ୍ଥା; ଭଉଣୀର ମୃତଦେହକୁ ୫କି.ମି ଯାଏ କାନ୍ଧରେ ବୋହିଲେ ଦୁଇ ଭାଇ

ଲକ୍ଷ୍ନୌ: ବିଜେପି ଶାସିତ ଉତ୍ତରପ୍ରଦେଶ ଭଳି ରାଜ୍ୟର ଲକ୍ଷ୍ମୀପୁର ଖେରି ଅଞ୍ଚଳରୁ ଏକ ଅତ୍ୟନ୍ତ ଅଭାବନୀୟ ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଭିଡିଓଟିରେ ଦୁଇ ଭାଇ ନିଜ ଭଉଣୀର ମୃତଦେହକୁ କାନ୍ଧରେ ଉଠାଇବା ଏବଂ କାନ୍ଦ କାନ୍ଦ ଆଖିଳେ ୫କିମି ପର୍ଯ୍ୟନ୍ତ ଚାଲିଚାଲି ଯିବାର ଦେଖିବାକୁ ମିଳିଛି ।

ରିପୋର୍ଟ ଅନୁସାରେ ୨/୩ ଦିନ ଧରି ଦ୍ୱାଦଶ ଶ୍ରେଣୀରେ ପାଠ ପଢ଼ୁଥିବା ଶିବାନୀ ଟାଇଫଏଡ୍ ଭଳି ମାରାତ୍ମକ ଜ୍ୱରର ଶିକାର ହୋଇଥିଲେ । କିନ୍ତୁ ତାଙ୍କ ପରିବାର ଲୋକେ (ମା’, ବାପା)ଙ୍କ ସହ ଶିବାନୀଙ୍କୁ ବେଶ୍ ଭଲପାଉଥିବା ତାଙ୍କର ଦୁଇ ଭାଇ ବହୁ ଚେଷ୍ଟା କରିବା ସତ୍ତ୍ୱେ ଶିବାନୀଙ୍କୁ ଡାକ୍ତର କିମ୍ବା ମେଡିକାଲ ପର୍ଯ୍ୟନ୍ତ ନେଇପାରିନଥିଲେ । କାରଣ ବର୍ତ୍ତମାନ ସମୟରେ ସ୍ଥାନୀୟ ଅଞ୍ଚଳରେ ଶାରଦା ଓ ଘାଘରା ନଦୀରେ ବନ୍ୟାଜଳ ବଢିବାରୁ ପୂରା ଜିଲ୍ଲାରେ ଜଳ ବିଭୀଷିକା ଦେଖାଦେଇଛି । ଗୋଟିଏ ପଟେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଥିବା ବେଳେ ଅନ୍ୟପକ୍ଷେ ସ୍ଥାନୀୟ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଆଜିପର୍ଯ୍ୟନ୍ତ ଏହି ଅଞ୍ଚଳବାସୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ଦିଗରେ କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏଠାରେ ଏକ ସ୍ୱାସ୍ଥ୍ୟକେନ୍ଦ୍ର ଥିଲେ ମଧ୍ୟ ଏଠାରେ ଆନୁସଙ୍ଗିକ ଚିକିତ୍ସା ଉପକରଣ ନଥିବାରୁ ଏଠାରେ ଥିବା ଡାକ୍ତର ସାମାନ୍ୟ ଟେଷ୍ଟ ପାଇଁ ମଧ୍ୟ ସହରରେ ଥିବା ମେଡିକାଲ୍‌କୁ ରେଫର କରିଦେଇଥାନ୍ତି ।

ଫଳରେ ବର୍ଷ ବର୍ଷ ଧରି ଲୋକେ ସାମାନ୍ୟ ସ୍ୱାସ୍ଥ୍ୟସେବା ପାଇଁ ମଧ୍ୟ ଶହଶହ କିମି ଯିବାକୁ ବାଧ୍ୟ ହୋଇଥାନ୍ତି । ତେବେ ଏସବୁ ଦୁଃଖକୁ ବେଶୀମାତ୍ରାରେ ବଢ଼ାଇଦେଇଛି ଲଗାଣ ବର୍ଷା ଓ ବର୍ଷାଜନିତ ବନ୍ୟା ପରିସ୍ଥିତି । ତଥାପି ବନ୍ୟାଜଳକୁ ଭୃକ୍ଷେପ ନକରି ସାହସ କରି ଦୁଇ ଭାଇ କାନ୍ଧରେ ବୋହି ଭଉଣୀ ଶିବାନୀଙ୍କୁ ମେଡିକାଲ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ବାଟରେ ହିଁ ଶିବାନୀ ସବୁଦିନ ପାଇଁ ଆଖିବୁଜିଦେଇଥିଲେ । ଭଉଣୀକୁ ହରାଇବା ଦୁଃଖ ସାଙ୍ଗକୁ ମୃତଦେହକୁ ବୋହି ବୋହି ନେବାଜନିତ କ୍ଲାନ୍ତି ଯୋଗୁ ଉଭୟ ଭାଉ ଭଉଣୀର ମୃତଦେହକୁ ରେଳ ଲାଇନ୍ କଡରେ ରଖି ବୁକୁଫଟା ଚିତ୍କାର କରୁଥିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି, ଯାହାକି ବେଶ୍ ହୃଦୟବିଦାରକ ।

ସୁତରାଂ ପ୍ରଶାସନିକ ଅବ୍ୟବସ୍ଥା ଯୋଗୁ ଏହି ଦୁଇ ଭାଇ ନିଜ ନାବାଳିକା ଭଉଣୀକୁ ହରାଇଥିବା ଅତ୍ୟନ୍ତ କ୍ଷୋଭର ସହ କହିଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ଆଜି ଯଦି ସେମାନଙ୍କ ଅଞ୍ଚଳରେ ଏକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଡାକ୍ତରୀ ସେବା ଥାଆନ୍ତା ତେବେ ହୁଏତ ତାଙ୍କ ଭଉଣୀ ଶିବାନୀ ବଞ୍ôଚଯାଇପାରିଥାନ୍ତେ । ପ୍ରଶାସନ ଅବ୍ୟବସ୍ଥା ପାଇଁ ଝିଅର ମୃତ୍ୟୁ ହୋଇଥିବା ଶିବାନୀଙ୍କ ବାପା ଦେବେନ୍ଦ୍ର ଓ ମା’ ମଧ୍ୟ ଅଭିଯୋଗ କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking